ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗର ୯ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍

ଭୁବନେଶ୍ୱର: ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୁଲିସ। ଏହି ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍। ସେମାନଙ୍କ ଠାରୁ ଗାଡି, ନଗଦ ଟଙ୍କା, ସୁନାରୂପା ଗହଣା ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ମାଳମାଳ ମାମଲା ରହିଛି । ଓଡିଶାରୁ ଲୁଟ୍ କରି ବାହାର ରାଜ୍ୟରେ ଅୟସ ଆରାମ କରୁଥିବା ପୁଲିସ ଜାଣିବାକୁ ପାଇଛି ।

ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ଦେଢ଼ କେଜି ପାଖାପାଖି ରୁପା ଅଳଙ୍କାର, କିଛି ସୁନା ଅଳଙ୍କାର, ୪ଟି ବାଇକ୍, ୮ଟି ମୋବାଇଲ୍ ଓ ଲୁଟ୍ ପାଇଁ ବ୍ୟବହାର କରୁଥିବା କିଛି ସାମଗ୍ରୀ ଜବତ କରାଯାଇଥିବା ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଗ୍ୟାଙ୍ଗ କେବଳ ଓଡ଼ିଶାରେ ସକ୍ରିୟ ନଥିଲା। ସେମାନେ ଛତିଶଗଡ଼, ମୁମ୍ବାଇ ଓ ହାଇଦ୍ରାବାଦରେ ମଧ୍ୟ ଲୁଟ୍ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ସେଠାକାର ପୁଲିସ୍ ସହିତ ଯୋଗାଯୋଗ କରାଯିବ ବୋଲି ସେ କହିଛନ୍ତି।

728×90