ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ଗର୍ଲଫ୍ରେଣ୍ଡ ନିହାରିକା ଗିରଫ

ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମବ୍ୟାପାରକୁ ନେଇ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ଗର୍ଲଫ୍ରେଣ୍ଡ ନିହାରିକାକୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ପିଙ୍କୁ ଓରଫ କାହ୍ନାକୁ ସାଲିଆ ସାହିରୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ପିଙ୍କୁ ସହିତ ତାର ଗର୍ଲଫ୍ରେଣ୍ଡ ନିହାରିକାକୁ ମଧ୍ୟ ଗିରଫ କରାଯାଇଛି । ପ୍ରେମବ୍ୟାପାରକୁ କେନ୍ଦ୍ର କରି ଗତ ଶନିବାର ଅଞ୍ଜନ ବେହେରାକୁ ଖଣ୍ଡାରେ ଗୋଡାଇ ଗୋଡାଇ ହତ୍ୟା କରିଥିଲା ପିଙ୍କୁ । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅନ୍ୟ ଚାରି ଅପରାଧି ଏବେବି ଫେରାର ଅଛନ୍ତି ।

ରବିବାର ନିହାରିକା ତାର ଭଉଣୀ ପାଖକୁ କରିଥିବା ମେସେଜକୁ ଟ୍ରକ କରି ଉଭୟ ସାଲିଆ ସାହିରେ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା। ସାଲିଆ ସାହିରେ ପିଙ୍କୁର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ ଦୁଇ ଅଭିଯୁକ୍ତ ପିଙ୍କୁ ଆଉ ନିହାରିକା । ଆଉ ଏହାପରେ ଆରମ୍ଭ ହୋଇଥିଲା ପୋଲିସର ଅଭିଯାନ । ପୋଲିସକୁ ଦେଖି ଦୁଇ ଅଭିଯୁକ୍ତ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ଠିକ୍ ସମୟରେ ପୋଲିସ ଘରର ଚାରିପଟୁ ଘେରାଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।

728×90