ଭୁବନେଶ୍ୱର: ମହର୍ଷି କଲେଜରେ ଛାତ୍ର ଅଶାନ୍ତି । ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷ ।ପୂର୍ବ ଶତ୍ରୁତାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରତ ଦୁଇ ଛାତ୍ର ଗୋଷ୍ଠୀଙ୍କୁ ବୁଝାସୁଝା କରିବାକୁ ଆସି ଆକ୍ରମଣର ଶିକାର ହୋଇଛନ୍ତି ରସାୟନ ବିଭାଗ ଲାବ ଆଟେନଡ଼ାଣ୍ଟ ସନ୍ତୋଷ ସ୍ୱାଇଁ । ଛାତ୍ରଙ୍କ ବିୟର ବୋତଲ ମାଡରେ ଲାଇବ୍ରେରୀ ଆସିଷ୍ଟାଣ୍ଟଙ୍କ ମୁଣ୍ଡ ଫାଟିଛି । ଯାହାକୁ ନେଇ କଲେଜରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ସହିଦନଗର ପୋଲିସ ଛାନଭିନ କରିଛି । ଅଭିଯୋଗ ପରେ କଲେଜରେ ଜରୁରୀ ବୈଠକ ବସିଥିଲା । ଏଥିରେ ଗଣ୍ଡଗୋଳ କରିଥିବା ଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି କଲେଜ କର୍ତ୍ତୃପକ୍ଷ ।
