ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହୋଇଗଲା ସିଙ୍ଗଡ଼ା ଓ କେକ୍; ତଦନ୍ତ କଲା ସିଆଇଡି

ହିମାଚଳ ପ୍ରଦେଶ: ସିଙ୍ଗଡ଼ାକୁ ନେଇ ହିମାଚଳର ରାଜନୀତିରେ ବିବାଦ । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସିଥିବା ସିଙ୍ଗଡ଼ା ହଜିଯିବା ଯୋଗୁ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କେବଳ ଏତିକି ନୁହେଁ, ସେମାନଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ରାଜ୍ୟର ସିଆଇଡି ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ହଜିବା ଘଟଣାକୁ ସରକାର ବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇଛି ତଦନ୍ତକାରୀ ସଂସ୍ଥା ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ସିଆଇଡି କାର୍ଯ୍ୟାଳୟରେ ଥିବା ବେ ଲକ୍କର ବଜାରସ୍ଥିତ ଏକ ହୋଟେଲରୁ ୩ ଡବା ଅର୍ଡର କରାଯାଇଥିଲା। ଯାହାକି ମୁଖ୍ୟମନ୍ତ୍ରୀଙ୍କୁ ପରସା ଯାଇଥାନ୍ତା । ଆଇଜି ରାଙ୍କର ଜଣେ ଅଧିକାରୀ ଏଥିନିମନ୍ତେ ଜଣେ ସବ୍‌ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦେଇଥିଲେ। ସବ୍‌-ଇନ୍ସପେକ୍ଟଜଣକ କିନ୍ତୁ ଜଣେ ASI ଓ ଜଣେ ହେଡ କନଷ୍ଟେବଳଙ୍କୁ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ହୋଟେଲ ଯାଇ ୩ ଡବା ଭର୍ତ୍ତି ଟିଫିନ୍‌ ଆଣିଥିଲେ। ଏହାକୁ ସେମାନେ ଇନ୍ସପେକ୍ଟର ରାଙ୍କର ଜଣେ ମହିଳା ଅଧିକାରୀଙ୍କୁ ଦେଇଥିଲେ।

ଡ୍ୟୁଟିରେ ଥିବା ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କୁ ଦେଇଥିବା ବେଳେ ତାହା ମୁଖ୍ୟମନ୍ତ୍ରୀଙ୍କ ମେନୁରେ ନ ଥିବା ସେମାନେ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କର୍ମଚାରୀଙ୍କୁ ଉକ୍ତ ସିଙ୍ଗଡା, କେକ୍‌ ଆଦି ପରସା ଯାଇଥିଲା। ସିଆଇଡି ପକ୍ଷରୁ ଏହାର ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଲୋକେ ସିଆଇଡି ଓ ସରକାର ବିରୋଧୀ ଭାବେ କାମ କରୁଥିବା କୁହାଯାଇଛି।

ତଦନ୍ତରୁ ଜଣାପଡ଼ିଛି, ଏହି ଜଳଖିଆ ବାକ୍ସଗୁଡ଼ିକୁ ଯେତେବେଳେ ମହିଳା ଇନ୍ସପେକ୍ଟରଙ୍କୁ ଦିଆଯାଇଥିଲା, ସେ କୌଣସି ବରିଷ୍ଠ ଅଧିକାରୀଙ୍କଠାରୁ ନିଶ୍ଚିତ ହୋଇ ନ ଥିଲେ ଏବଂ ମେକାନିକାଲ୍ ଟ୍ରାନ୍ସପୋର୍ଟ ବିଭାଗକୁ ଜଳଖିଆ ପଠାଇ ଦେଇଥିଲେ । ଏହି ଭୁଲ୍ କାରଣରୁ ଜଳଖିଆ ଠିକ୍ ବ୍ୟକ୍ତିଙ୍କ ପାଖରେ ପହଞ୍ଚିପାରି ନ ଥିଲା ।

728×90