ରାଜଧାନୀରେ ଲଭ୍ ଜିହାଦ! ହିନ୍ଦୁ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରି କାଶ୍ମୀର ନେବାକୁ ଆସିଥିବା ଯୁବକ ମହିଳା ଥାନାରେ ଅଟକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଲଭ ଜିହାଦ ! ଝିଅର ଧର୍ମ ପରିବର୍ତ୍ତନ କରି କାଶ୍ମୀର ନେବାକୁ ଉଦ୍ୟମ କରୁଥିଲା ଯୁବକ । ଅନ୍‌ଲାଇନ୍‌ ଗେମ୍‌ରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ । ଜଗତସିଂହପୁରର ଯୁବତୀଙ୍କୁ ନେବାକୁ ଆସିଥିଲା କାଶ୍ମୀର ଯୁବକ । କାଶ୍ମୀରରୁ ଭୁବନେଶ୍ବର ଆସିଥିବା ଯୁବକଙ୍କୁ ଉଠାଇ ନେଲା ପୋଲିସ । ମହିଳା ଥାନାରେ ଏତଲା ପରେ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଛି ।

ଜଗତସିଂହପୁରର ଯୁବତୀଙ୍କୁ ଉଠାଇ ନେବା ପାଇଁ ଯୁବକ ଜଣଙ୍କ କାଶ୍ମୀରରୁ ଭୁବନେଶ୍ୱର ଆସୁଥିବା ବେଳେ ଉଠାଇ ନେଲା ପୋଲିସ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିବା ପରେ ମହିଳା ଥାନା ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଛି । ଯୁବକ ଜଣକ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ ନେଇ ଚାପ ପକାଉଥିବା ଅଭିଯୋଗ ମଧ୍ଯ ହୋଇଛି । ଇନଷ୍ଟାଗ୍ରାମରେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରୁଥିଲା କାଶ୍ମୀର ଯୁବକ ସମୀର । ପୀଡିତାଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଦାବି କରୁଥିଲା । ଭିଡ଼ିଓ ଡିଲିଟ ପାଇଁ ଇନଷ୍ଟାଗ୍ରାମକୁ କମିଶନରେଟ ପୋଲିସ ଚିଠି ଲେଖିବ ।

728×90