ଛିଡା ହୋଇଥିବା ଟ୍ରକ୍‌କୁ ପଛପଟୁ ପିଟିଲା କାର୍; ୨ ମୃତ, ଜଣେ ଗୁରୁତର

ଭୁବନେଶ୍ୱର: ଟ୍ରକ୍‌କୁ ପଛପଟୁ ପିଟିଲା କାର୍ । ଚାଲିଗଲା ୨ ଜଣଙ୍କ ଜୀବନ । ରାଜଧାନୀ ଉପକଣ୍ଠ ପାହାଳ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାଟସ୍ଥଳରେ ପାହାଳ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଦୁଇଜଣ ହେଲେ ଯାଜପୁରର ଅମୂଲ୍ୟ ଦାଶ ଏବଂ ଭଦ୍ରକର ସୁଶୀଲ କୁମାର କର ।

ସୂଚନା ଅନୁସାରେ, କଟକ ପଟୁ ଆସୁଥିବା ମାରୁତି ଡିଜାର କାର୍ ଟ୍ରକ୍ ସହ ଜୋରଦାର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପାହାଳ ପୁଲିସ୍ ପହଞ୍ଚି ରାସ୍ତା କ୍ଲୀୟର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ପାହାଳ ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

728×90