ନୀତେଶ ତିୱାରୀ ରାମାୟଣ ଫିଲ୍ମକୁ ଭବ୍ୟ ଆକାରରେ ନିର୍ମାଣ କରିବାକୁ ଯାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ରାମାୟଣକୁ ୩ଟି ପାର୍ଟରେ କରିବାକୁ ଯାଉଛନ୍ତି । ପ୍ରଥମ ଭାଗରେ ସୀତା ହରଣ ପର୍ଯ୍ୟନ୍ତ କାହାଣୀ ରହିବ । ସେ ତରବରିଆ ଭାବେ ଫିଲ୍ମ ନିର୍ମାଣ କରି ଏହାର ଗୁରୁତ୍ୱ ନଷ୍ଟ କରିବାକୁ ଚାହୁଁ ନାହାନ୍ତି । ଏହି ଫିଲ୍ମରେ ରଣବୀର କାପୁର ରାମଙ୍କ ଭୂମିକାରେ ଏବଂ ସାଇ ପଲ୍ଲବୀ ମାଆ ସୀତା ଓ ସନୀ ଦେଓଲ ହନୁମାନଙ୍କ ଚରିତ୍ରରେ ଅଭିନୟ କରିବେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ୟଶ ରାବଣଙ୍କ ଭୂମିକା କରିବେ । ପ୍ରଥମ ଭାଗରେ ସନୀଙ୍କ କାମିଓ ଭୂମିକା ରହିବ ।
