ଗୁପ୍ତେଶ୍ୱରପୀଠରେ ଭକ୍ତିମୟ ପରିବେଶ; ଭରୁ ବାବାଙ୍କୁ ଦର୍ଶନ କରୁଛନ୍ତି ହଜାରହଜାର ଭକ୍ତ

କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱରପୀଠରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ। ଗୁପ୍ତେଶ୍ୱରଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଭକ୍ତ। ଶିବରାତ୍ରି ଉପଲକ୍ଷେ ଭରୁ ବାବା ଗୁପ୍ତେଶ୍ୱରଙ୍କ ବିଭିନ୍ନ ନୀତି ସମ୍ପନ୍ନ କରାଯିବା ପରେ ସହାଣମେଳା ଦର୍ଶନରେ ଆସି ଭକ୍ତ ମାନେ ପୂଜା ଅର୍ଚନା କରୁଛନ୍ତି। ଧୂପ, ଦୀପ, ନଡ଼ିଆ, କଦଳୀ ଧରି ବାବାଙ୍କ ନିକଟରେ ଭୋଗଲାଗି କରିବା ସହିତ ନିଜର ମାନସିକ ସଂପର୍କରେ ବାବାଙ୍କୁ ଜଣାଉଛନ୍ତି ଭକ୍ତ। ବଣ ଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ଅବସ୍ଥିତ ଗୁପ୍ତେଶ୍ୱର ପୀଠରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ରହିଥିବା ବେଳେ ଆଜି କିନ୍ତୁ ହରହର ମହାଦେବ ମନ୍ତ୍ରରେ ଗୁଞ୍ଜୁରୀ ଉଠିଛି ଗୁପ୍ତେଶ୍ୱର ପୀଠ। ଠାକୁରଙ୍କ ମହାସ୍ନାନ ପରେ ପାଟବେଶ, ଅଭିଷେକ, ଅଳତି, ଏବଂ ବାଳଭୋଗ ଲାଗି ସମ୍ପନ୍ନ ହେଲା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହେଲା। ରାତି ବରଟାରେ ହରିହର ଭେଟ ଏବଂ ସାଢେ ବରଟାରେ ମହାଦୀପ ଉଠିବ।

728×90