ଭୁବନେଶ୍ୱର: ଓଡିଶା ଛୁଇଁଲା ମୌସୁମୀ । ସ୍ବାଭାବିକ ସମୟର ୪ ଦିନ ଆଗରୁ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପ୍ରଥମେ ପ୍ରବେଶ କରିଛି ମୌସୁମୀ । ପ୍ରଭାବରେ କାଲି ରାତିଠୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଆଜି ମୌସୁମୀ ବାୟୁ ସକ୍ରିୟ ରହିଛି । ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ଓଡିଶା ଛୁଇଁଛି ମୌସୁମୀ ବାୟୁ । ପର୍ଯ୍ୟାୟକ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସୂଚନାଯୋଗ୍ୟ, ଜୁନ୍ ୫ରେ ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁଥିଲା। ଏହା ସମଗ୍ର ଦକ୍ଷିଣ ଆରବ ସାଗର, କେନ୍ଦ୍ରୀୟ ଆରବ ସାଗରର କିଛି ଅଂଶ, ଲାକ୍ଷାଦ୍ବୀପ, କେରଳ, ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ ଏବଂ ବଙ୍ଗୋପସାଗରର କିଛି ଅଂଶ ଉପରେ ଅଗ୍ରଗତି କରିଥିଲା।
