ଅନୁଗୋଳରେ ଚାଞ୍ଚଲ୍ୟ; ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତମେହ ଉଦ୍ଧାର, ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ

ଅନୁଗୋଳ: ଘର ସାମ୍ନାରୁ ପୂର୍ବତନ ସରପଞ୍ଚଙ୍କ ମୃତମେହ ଉଦ୍ଧାର । ଅନୁଗୋଳ ଜିଲ୍ଲା ଜେରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ମୃତମେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିଭୂତି ଗଡ଼ନାୟକ। ପୂର୍ବତନ ସରପଞ୍ଚ ବିଭୁତି ଗଡ଼ନାୟକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ଛାତ ଉପରେ ଶୋଇଥିବାବେଳେ ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ କରାଯାଇଛି । ଆଜି ସକାଳେ ତାଙ୍କ ମୃତଦେହକୁ ନିଜ ଘର ସାମ୍ନାରୁ ଉଦ୍ଧାର କରାଯାଇଛି । ତାଙ୍କର ମୁଣ୍ଡ ଓ ଗୋଡ଼ରେ କ୍ଷତ ଦାଗ ରହିଛି । ଘଟଣା ସ୍ଥଳରେ ଜରପଡା ପୋଲିସ ଛାନଭିନ ଆରମ୍ଭ କରିଛି । ଏନେଇ ପରିବାର ଲୋକେ ଜରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ତେବେ କେମିତି ଓ କେଉଁ ପରିସ୍ଥିତିରେ ବିଭୂତିଙ୍କର ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି। ଏହା ରାଜନୈତିକ ହିଂସା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

728×90