ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ୬-ଇ-୭୩୦୮ ବିମାନରେ ବୋମା ଥିବା ଧମକ ମିଳିଛି। ଏହା ପରେ ବିମାନଟି ଶୀଘ୍ର ନାଗପୁରରେ ଅବତରଣ କରିଥିଲା। ସମସ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଥିଲା। ଏହାପୂର୍ବରୁ, ଅଗଷ୍ଟ ୨୨ରେ, ଏୟାର ଇଣ୍ଡିଆ ବିମାନରେ ବୋମା ଧମକ ମିଳିଥିଲା। ଧମକ ମିଳିବାର ବାର୍ତ୍ତା ମଧ୍ୟ ଅନନ୍ୟ ଥିଲା। ବିମାନର ୱାଶରୁମର ଟିସୁ ପେପରରେ ‘ବିମାନରେ ବୋମା ଅଛି ଲେଖାଥିବା ଏକ ବାର୍ତ୍ତା ଦେଖିବାକୁ ମିଳିଥିଲା। ଏୟାରଲାଇନ୍ ଅନୁଯାୟୀ, ବୋମା ଧମକ ଯୋଗୁଁ ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଉଡାଣ କରୁଥିବା ଇଣ୍ଡିଗୋ ବିମାନ ନମ୍ବର ୬-ଇ-୭୩୦୮କୁ ନାଗପୁରକୁ ଅବତରଣ କରିବା ପାଇଁ ପଠାଯାଇଥିଲା। ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଯାତ୍ରୀମାନଙ୍କୁ ସହାୟତା ଏବଂ ସୂଚନା ପ୍ରଦାନ କରାଯାଇଥିଲା। ତେବେ ଯାଞ୍ଚରେ କୌଣସି ସନ୍ଦଗ୍ଧ ପଦାର୍ଥ ମିଳି ନ ଥିଲା।

728×90