ବୁଧବାର ରାଶିଫଳ

ମେଷ: ସଫଳତା ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଭାବିଚିନ୍ତି କଥା ବାର୍ତ୍ତା କରନ୍ତୁ । ବନ୍ଧୁଙ୍କ ସହ ସୁସମ୍ପର୍କ ରହିବ। ପରିବାର ସହିତ ସମୟ ଅତିବାହିତ କରିବେ। ଜୀବନସାଥିଙ୍କ ସହଯୋଗ ମିଳିପାରେ।

ବୃଷ: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ମନ ପ୍ରସନ୍ନ ରହିବ। ପରିଶ୍ରମର ଉଚିତ ଫଳ ମିଳିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରନ୍ତୁ। ଆୟ ଓ ବ୍ୟୟ ସମାନ ହେବ।

ମିଥୁନ: ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ପ୍ରେମ ସମ୍ବନ୍ଧ ସୁଖମୟ ହେବ। ବନ୍ଧୁଙ୍କ ସହ ମତାନ୍ତର ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇପାରନ୍ତି। ନିବେଶରୁ ଲାଭ ମିଳିପାରେ।

କର୍କଟ: ସରକାରି ଚାକିରିଆଙ୍କ ପାଇଁ ଦିନଟି ଭଲ। ଅଫିସ୍‌ରେ ଆପଣଙ୍କ ଦାୟିତ୍ବ ବଢ଼ିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ଭୁଲ ବୁଝାମଣା ଦେଖା ଦେବ। ଶନିଦେବଙ୍କ ପୂଜାର୍ଚ୍ଚନା କରନ୍ତୁ।

ସିଂହ: ପୂର୍ବରୁ କରିଥିବା ନିବେଶରୁ କ୍ଷତି ସହିପାରନ୍ତି। ସମ୍ପର୍କୀୟଙ୍କ ସହ କଥା କଟାକଟି ହୋଇପାରେ। ଅପ୍ରିୟ ସତ କହି ସମାଲୋଚିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ନିବେଶ କରିବେ।

କନ୍ୟା: ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଅଫିସରେ ପଦୋନ୍ନତି ସମ୍ଭାବନା ଅଛି। ଅନ୍ୟକୁ ସାହାଯ୍ୟର ହାତ ବଢ଼ାଇପାରନ୍ତି।

ତୁଳା: ଜମି ବିକ୍ରି କରିବାକୁ ଯୋଜନା କରିପାରନ୍ତି। ଅଜଣା ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବେ।

ବିଛା: ଅଚାନକ ଖୁସି ଖବର ପାଇପାରନ୍ତି। ପରିବାରରେ ଧାର୍ମିକ ଆୟୋଜନ କରିବେ। ଜୀବନସାଥୀଙ୍କ ସହ ସୁଖଦ ସମୟ ଅତିବାହିତ କରିବେ। ପୂଜାପାଠ ପ୍ରତି ରୁଚି ବଢ଼ିବ।

ଧନୁ: ଦିନଟିରେ କର୍ମଚଞ୍ଚଳ ରହିବେ। ରାଜନୀତିକ ଏବଂ ସାମାଜିକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବେ।

ମକର: ନୂତନ ଜମି କ୍ରୟ ଯୋଗ ରହିଛି। ପୈତୃକ ସମ୍ପତ୍ତିକୁ ନେଇ ଭାଇ-ଭାଇଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇପାରେ। ପରିଶ୍ରମ ଅନୁସାରେ ଫଳ ମିଳିବ। ଛାତ୍ରଛାତ୍ରୀଙ୍କ କୃତିତ୍ବରେ ପିତାମାତା ଗର୍ବ ଅନୁଭବ କରିବେ।

କୁମ୍ଭ: ଦୀର୍ଘ ଦିନ ପରେ ପୁରୁଣା ବନ୍ଧଙ୍କ ସହ ସାକ୍ଷାତ ହେବ। ଆତ୍ମବିଶ୍ବାସ ବୃଦ୍ଧି ହେବ। ପିତାମାତା ପିଲାଙ୍କ କ୍ୟାରିୟର ପାଇଁ ଯୋଜନା କରିବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହେବେ।

ମୀନ: ନିଜ ବ୍ୟକ୍ତିଗତ କଥାକୁ ଅନ୍ୟମାନଙ୍କ ଆଗେ ପ୍ରକାଶ କରନ୍ତୁନି। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରିବାରିକ ବ୍ୟବସାୟରେ ସଫଳ ହେବେ। ପତି-ପତ୍ନୀଙ୍କ ମଧ୍ୟରେ କଳହ ଉପୁଜିପାରେ।

728×90