ଆପଣ ପଇଡ଼ ପାଣି ପିଇବାର ଅଭ୍ୟାସ ରଖିଛନ୍ତି ତ? ଯଦି ରଖିନାହାନ୍ତି ତେବେ ତୁରନ୍ତ ଅଭ୍ୟାସ କରନ୍ତୁ । ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି । ଏହାକୁ ପିଇବାଦ୍ୱାରା ପେଟ ରୋଗ ଜନୀତ ଅନେକ ସମସ୍ୟାର ସମାଧାନ କରାଯାଇପାରେ ।
ଗୋଟିଏ ପଇଡ଼ରେ ମାତ୍ର ୪ ପ୍ରତିଶତ ଫଳ ଓ ୯୪ ପ୍ରତିଶତ ଜଳ ଭାଗ ଥାଏ । ଏଥିରେ କାର୍ବସ, ଫାଇବର୍, ପ୍ରୋଟିନ୍, ଭିଟାମିନ୍, ମ୍ୟାଗ୍ନେସିୟମ୍, ମାଗାନିଜ୍, ପଟ୍ଟାସିୟମ, ସୋଡିୟମ୍ ଓ କ୍ୟାଲସିୟମ୍ ରହିଛି । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍ ବି ରହିଛି । ପଇଡ଼ରେ ମଧୁମେହ ରୋଗ ସହ ଲଢ଼ିପାରିବାର ଶକ୍ତି ରହିଛି । ରୀତିମତ ପଇଡ଼ ପାଣି ପିଇଲେ ମଧୁମେହକୁ ଆୟତ୍ତରେ ରଖାଯାଇ ପାରେ । ଏହା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖେ । କେବଳ ମଧୁମେହ ନୁହେଁ, କିଡନି ଜନୀତ ରୋଗ ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ ।
ନିୟମିତ ପଇଡ଼ ପିଇଲେ କିଡନୀ ସୁସ୍ଥ ରହେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତିି । ହୃଦ୍ରୋଗୀମାନଙ୍କ ପାଇଁ ମଧ୍ୟ ପଇଡ଼ ପାଣି ଖୁବ୍ ଉପକାରୀ । ପଇଡ଼ ପିଇଲେ ହୃଦ୍ରୋତ ହେବାର ସମ୍ଭାବନା କମ୍ ରହିଥାଏ । ଉଚରକ୍ତ ଚାପ ପାଇଁ ମଧ୍ୟ ପଇଡ଼ ପାଣି ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ । ବିପି ରୋଗୀ ନିୟମିତ ପଇଡ଼ ପାଣି ପିଇଲେ ଭଲ । ପରିସ୍ରା ସଂକ୍ରମଣ, ପେଟ ଗରମ, କାଶ ଆଦି ଅନେକ ରୋଗକୁ ପଇଡ଼ ପାଣି ପିଇବା ଦ୍ୱାରା ଆୟତ୍ତ କରାଯାଇ ପାରେ । ତେବେ ଆପଣ ଏଭଳି ଉପକାରୀ ପାନୀୟକୁ ନିଶ୍ଚୟ ପିଅନ୍ତୁ ।
