‘ନବକଳେବର’ ଫିଲ୍ମର ସୁଟିଂ ସେଟରେ ଘୋଡା ଉପରୁ ଖସି ଆହତ ହେଲେ ଅଭିନେତା ଶ୍ରୀତମ୍ ଦାସ । ତାଙ୍କ ହାତରେ ଆଘାତ ଲାଗିଛି । ଏବେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । କିଛି ସମୟ ପରେ ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ଏହି ସିନେମାରେ ଶ୍ରୀତମ ଦାସ ମୁକୁନ୍ଦ ଦେବ ଚରିତ୍ରରେ ଅଭିନୟ କରୁଛନ୍ତି । ଘୋଡାରେ ବସି ଯାଉଥିବାର ଏକ ଦୃଶ୍ୟ ସୁଟିଂ କରୁଥିଲେ ଅଭିନେତା । ହେଲେ ହଠାତ୍ ଭାରସାମ୍ୟ ହରାଇ ତଳେ ପଡିଯିବାରୁ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିବା ସୂଚନା ମିଳିଛି ।
