ନୋଏଡା : ନୋଏଡା ପୁଲିସ ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ଗିରଫ କରିଛି । ସାପ ବିଷ ଚାଲାଣ ମାମଲାରେ ତାଙ୍କୁ ପଚରାଉଚରା କରାଯାଉଛି । ଏହି ସମୟରେ ନୋଏଡା ପୋଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ପୁଲିସ ଏକ ଗୁପ୍ତ ସ୍ଥାନରେ ଏଲଭିଶ ଯାଦବଙ୍କୁ ପଚରାଉଚରା କରୁଛି।
ନୋଏଡା ଡିସିପି ବିଦ୍ୟା ସାଗର ମିଶ୍ର କହିଛନ୍ତି ଯେ ନୋଏଡା ପୋଲିସ ୟୁଟ୍ୟୁବର ତଥା ବିଗ୍ ବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଦିଲ୍ଲୀ-ଏନସିଆରରେ ପାର୍ଟିରେ ମନୋରଞ୍ଜନ ପାଇଁ ସାପ ବିଷ ଦେବା ଅଭିଯୋଗରେ ଯାଦବଙ୍କ ସହ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏ ନେଇ ଜଣେ ପଶୁ କଲ୍ୟାଣ କର୍ମୀ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ମଧ୍ୟ ଏଲଭିଶ ଯାଦବଙ୍କୁ ପଚରାଉଚରା କରିଥିଲା ଏବଂ ମାମଲାର ତଦନ୍ତ ଚାଲିଥିଲା।
ପୁଲିସ ଏହି ମାମଲାରେ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି । ପଚରାଉଚୁରା ବେଳେ ଅନ୍ୟତମ ଅଭିଯୁକ୍ତ ରାହୁଲ ପୁଲିସକୁ କହିଛି ଯେ ସେ ରେଭ୍ ପାର୍ଟିରେ ସାପ ଓ ବିଷର ବ୍ୟବସ୍ଥା କରୁଥିଲା ଓ ଚାହିଦା ଅନୁଯାୟୀ ଯୋଗାଉଥିଲା ।
