କଟକ: ‘ମୋ ବସ୍’ ଚକା ତଳେ ଗଲା ଜଣେ ମହିଳା ଯାତ୍ରୀଙ୍କ ଜୀବନ। ଆଜି ସନ୍ଧ୍ୟାରେ କଟକର ନେତାଜୀ ବସ୍ ଟର୍ମିନାଲରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସରସ୍ୱତୀ ଗୋଛାୟତ। ତାଙ୍କ ଘର କଟକ ରାଜାବଗିଚାରେ। ସୂଚନା ଅନୁଯାୟୀ, ସେ ବସ୍ରୁ ଓହ୍ଲାଇବା ବେଳେ ଏହି ଘଟଣା ଘଟିଥିଲା। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
