ବାଇକ୍ରେ ଏକ ନାଲି ସୁଇଚ୍ ରହିଛି । ତେବେ ଏହି ସୁଇଚ୍ର ନାମ କ’ଣ ଓ ଏହା କାହିଁକି ରହିଥାଏ, ସେ ନେଇ ମନରେ କିଛି ପ୍ରଶ୍ନ ରହିଥାଏ। ବାଇକ୍ର ଲାଗିଥିବା ଏହି ନାଲି ସୁଇଚକୁ କିଲ୍ ସୁଇଚ୍ କୁହାଯାଏ । ଏହା ଏକ ଏମର୍ଜେନ୍ସି ସୁଇଚ୍। ବାଇକ୍ର ଇଞ୍ଜିନକୁ ହଠାତ୍ ବନ୍ଦ କରିବାକୁ ଚାହୁଁଥିଲେ, ଏହି କିଲ୍ ସୁଇଚ୍ ବ୍ୟବହାର କରିବାକୁ ପଡ଼ିଥାଏ। ଚାବିରେ ହଠାତ୍ ବନ୍ଦ କରିଦେବା ଗାଡ଼ି ଇଞ୍ଜିନ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର କିଲ୍ ସୁଇଚ୍ ସମାନ କାମ କରୁଥିଲେ ମଧ୍ୟ ଏହା ଇଞ୍ଜିନର କାର୍ଯ୍ୟକାରିତାକୁ ପ୍ରଭାବିତ କରିନଥାଏ।
ନୂଆ କରି ଗାଡ଼ି ଶିଖୁଥିବା ଚାଳକଙ୍କ ପାଇଁ ଏହା ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହି ସୁଇଚ୍ର ନାମ ପରି ଏହାର କାମ ମଧ୍ୟ ସମାନ। ଏହା ଇଞ୍ଜିନର ସମସ୍ତ ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବାରେ ସମର୍ଥ ହୋଇଥାଏ। ତେବେ ଏହାର ନିୟମିତ ବ୍ୟବହାର ଦୀର୍ଘସ୍ଥାୟୀ ଭାବରେ ଇଞ୍ଜିନ ଉପରେ ପ୍ରଭାବ ପକାଇପାରେ। କିନ୍ତୁ ତୁରନ୍ତ ସେଭଳି କିଛି କ୍ଷତି ଘଟିବାର ସମ୍ଭାବନା କମ୍ ରହିଥାଏ। ଏହି ସୁଇଚ୍ର ବ୍ୟବହାର ପୂର୍ବରୁ ଏହା ସମ୍ପର୍କରେ କିଛି ଜିନିଷ ଜାଣି ନେବା ଆବଶ୍ୟକ। ଷ୍ଟାର୍ଟ କରିବା ପୂର୍ବରୁ ସର୍ବଦା ଏହାକୁ ତାର ପୂର୍ବ ସ୍ଥିତିରେ ରଖନ୍ତୁ। ନିଜର ବୁଢ଼ା ଆଙ୍ଗୁଳି ସାହାଯ୍ୟରେ ଏହାକୁ ଦବାନ୍ତୁ ଅଧିକ ଚାପ ପ୍ରୟୋଗ କଲେ ଏହା ଭାଙ୍ଗିବାର ସମ୍ଭାବନା ରହିଥାଏ। ଏହା ସହିତ ଏହାକୁ ଏମର୍ଜେନ୍ସି ସୁଇଚ୍ ଭାବରେ ମଧ୍ଯ ବ୍ୟବହାର କରାଯାଇଥାଏ।
