କିଏ ସେହି ରହସ୍ୟମୟୀ ମହିଳା ? ଯିଏ ମଜନୁ ସତ୍ୟଜିତଙ୍କଠାରୁ ନେଉଥିଲେ ଟଙ୍କା… ଲିଙ୍କ୍ ଖୋଜିବାକୁ ରାଜ୍ୟ ବାହାରକୁ ଯିବେ ପୁଲିସ୍

ଭୁବନେଶ୍ୱର: ରସିକନାଗର ସିଣ୍ଡିକେଟରେ ରହସ୍ୟମୟୀ ମହିଳାଙ୍କର ସମ୍ପୃକ୍ତି ଥିବା ପୁଲିସ୍ ଜାଣିବାକୁ ପାଇଛି। କମିସନରେଟ ପୁଲିସର ରିମାଣ୍ଡ ଅବଧିରେ ମଜନୁ ସତ୍ୟଜିତ ସାମଲ ରଙ୍ଗୀନ ଗୁମର ଫିଟିଛି। ଆଉ ରିମାଣ୍ଡ ଅବଧି ମଧ୍ୟରେ ପୁଲିସ ଜଣେ ରହସ୍ୟମୟୀ ମହିଳାଙ୍କ ସୁରାଗ ପାଇଛି । ସତ୍ୟଜିତ୍ ଏବଂ ରହସ୍ୟମୟୀ ମହିଳା ଭିତରେ ଟଙ୍କା ନେଣଦେଣକୁ ନେଇ ପୁଲିସ୍‌କୁ ବଡ଼ ସୁରାକ ମିଳିଛି । କୁହାଯାଉଛି ସତ୍ୟଜିତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି ।

ମିଛ କହି ସମସ୍ତଙ୍କୁ ଚୁନା ଲଗାଉଥିବା ସତ୍ୟଜିତ କାହିଁକି ଜଣେ ମହିଳାଙ୍କୁ ଟଙ୍କା ଗଣୁଥିଲା? ସେହି ରହସ୍ୟମୟୀ ମହିଳାଙ୍କୁ ସହ ସତ୍ୟଜିତଙ୍କ ସଂପର୍କ କଣ? ମହିଳାଙ୍କୁ କେତେ ଟଙ୍କା ଦେଇଛି ସତ୍ୟଜିତ ? ଏସବୁ ପ୍ରଶ୍ନକୁ ନେଇ ସାଧାରଣ ଚର୍ଚ୍ଚା ଜୋର ଧରିଛି ? ସେଥିପାଇଁ ରାଜ୍ୟ ବାହାରର ମହିଳାଙ୍କ ଲିଙ୍କ୍ ଖୋଜିବା ଲାଗି ପୁଲିସ୍ ରାଜ୍ୟ ବହାରକୁ ଯିବାର ଯୋଜନା କରିଛି। ଅଭିଯୁକ୍ତ ସତ୍ୟଜିତକୁ ପୁଣି ରିମାଣ୍ଡରେ ନେବାକୁ ପ୍ରକ୍ରିୟା ‌ପୁଲିସ୍ ପକ୍ଷରୁ ଜାରି ରହିଛି। ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କ୍ୟାପିଟାଲ ଥାନା ପୁଲିସ୍ ପକ୍ଷରୁ ଆବେଦନ କରାଯିବ ।

ସୂଚାନଯୋଗ୍ୟ, ସତ୍ୟଜିତ୍ ମିଛ କହି ୫ଜଣ ମହିଳାଙ୍କୁ ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଲୁଟ କରିଥିଲା । ସ୍ତ୍ରୀ ନାମରେ ଋଣ କରି ସେ ବିଳାସମୟ ଜୀବନ ବିତାଉଥିଲା । ଏକାଧିକ ମହିଳାଙ୍କୁ ସେ ପ୍ରେମ ଜାଲରେ ଫସାଇ, ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରଖି ବ୍ଲକମେଲ କରୁଥିଲା। ଆଉ ସେହି ଟଙ୍କାରେ ବିଦେଶରେ ବୁଲି ଉଡାଉଥିଲା ସତ୍ୟଜିତ ସାମଲ। ଆଗକୁ ୯୯ ମହିଳାଙ୍କୁ ବିବାହ କରିବାକୁ ଯୋଜନା ମଧ୍ୟ କରିଥିଲା ।

728×90