ଓଡିଶା ପହଞ୍ଚିବା ପୂର୍ବରୁ ଆଳୁ ଟ୍ରକ ଫେରାଇନେଲା ପଶ୍ଚିମବଙ୍ଗ, କିଲୋ ଛୁଇଁଲାଣି ୫୦ ଟଙ୍କା

ଭୁବନେଶ୍ୱର: ଆଳୁ ଦରରେ ଲାଗିଛି ନିଆଁ । ହୁହୁ ହୋଇ ବଢ଼ି ଚାଲିଛି ଆଳୁ ଦର। ଆଳୁ ଦର ଏବେ କିଲୋ ପ୍ରତି ୫୦ ପାର୍‌ କରି ସାରିଲାଣି। ଆଳୁ ଦର ଏବେ ଉପରମୁହାଁ ଥିବା ବେଳେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ । ଆଳୁ ଦର ଏବେ ଉପରମୁହାଁ ଥିବା ବେଳେ ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ । ବାଲେଶ୍ୱର ସୀମାରୁ ଆଳୁ ଟ୍ରକ ଫେରାଇନେଇଛି ପଶ୍ଚିମବଙ୍ଗ । ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ଥିବା ଶହ ଶହ ଆଳୁ ଟ୍ରକ ଫେରି ଯାଇଛି। ଏଭଳି ସମୟରେ ରାଜ୍ୟରେ ଆଳୁ ଦର ଆହୁରି ବଢିବ ବୋଲି ଆଶଙ୍କା ଦେଖା ଦେଇଛି। ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ମିଳି ନଥିବାରୁ ଟ୍ରକ୍ ଫେରି ଯାଇଛି। ଏପରି ସ୍ଥିତିର ମୁକାବିଲା କରିବା ନିମନ୍ତେ ଉତ୍ତରପ୍ରଦେଶରୁ ଆଳୁ ମଗାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।

728×90