ବସ୍, କାର ଇତ୍ୟାଦିରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକଙ୍କର ବାନ୍ତି ସମସ୍ୟା ହୋଇଥାଏ ଅନେକ ଲୋକଙ୍କୁ ଦୀର୍ଘ ଯାତ୍ରା କରିବା ଦ୍ୱାରା କିମ୍ବା ବଙ୍କା ରାସ୍ତାରେ ମଧ୍ୟ ବାନ୍ତି ଲାଗିଥାଏ ଯାହା ଦ୍ଵାରା ସେମାନେ କୁଆଡେ ବୁଲିବାକୁ ଯିବାକୁ ସଙ୍କୋଚ କରନ୍ତି । ଏପରି ପରିସ୍ଥିତିରେ, ଆପଣ କିଛି ଘରୋଇ ଉପଚାର ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆଜି ଆମେ ଆପଣଙ୍କୁ ୫ଟି ଘରୋଇ ଉପଚାର କହିବୁ, ଯାହାଦ୍ୱାରା ଆପଣ ଯାତ୍ରା କରୁଥିବା ସମୟରେ ବାନ୍ତି ଲାଗିଲେ ଏହା କରିବା ଦ୍ବାରା ବାନ୍ତି ରୋକିବାରେ ସଫଳ ହୋଇପାରିବେ ।
ବାନ୍ତିକୁ ରୋକିବାରେ ତୁଳସୀ ପତ୍ର ଅତ୍ଯନ୍ତ ପ୍ରଭାବଶାଳୀ ହୋଇପାରେ ଯେତେବେଳେ ଆପଣଙ୍କୁ ବାନ୍ତି ଲାଗିବ, ତୁରନ୍ତ ୪ ରୁ ୫ଟି ତୁଳସୀ ପତ୍ର ଚୋବାଇଦିଅନ୍ତୁ । ଯଦି ଲମ୍ବା ଯାତ୍ରାରେ କୁଆଡେ ବାହାରକୁ ଯାଉଛନ୍ତି ତେବେ ପାଖରେ କିଛି ଲବଙ୍ଗ ରଖନ୍ତୁ ଆପଣଙ୍କୁ ବାନ୍ତି ଲାଗେ, ପାଟିରେ ଦୁଇଟି ଲବଙ୍ଗ ପକାଇ ଏହାକୁ ଚୋବାନ୍ତୁ ଖୁବ ଶୀଘ୍ର ବାନ୍ତି ବନ୍ଦ ହୋଇଯିବ ସେହିପରି ଅଦାରେ ମଧ୍ଯ ଆଣ୍ଟି-ଏମେଟିକ୍ ଗୁଣ ଅଛି ଯାହା ହଜମ ପ୍ରକ୍ରିୟାକୁ ଫିଟ୍ ରଖୁବା ସହିତ ବାନ୍ତି ସମସ୍ୟାରୁ ମୁକ୍ତି ପାଇବାରେ ସହଜରେ ସାହାଯ୍ୟ କରିଥାଏ ।
ଏଥିପାଇଁ ଏକ ବୋତଲରେ ସମାନ ପରିମାଣର ଲେମ୍ବୁ ରସ ଏବଂ ଅଦା ରସ ରଖନ୍ତୁ ଯେତେବେଳେ ଆପଣ ଲଗାତାର ବାନ୍ତି କରନ୍ତି, ସେତେବେଳେ ଏହାକୁ ସେବନ କରନ୍ତୁ, ତୁରନ୍ତ ଆପଣଙ୍କ ବାନ୍ତି ବନ୍ଦ ହୋଇଯିବ ।
