ଭାରତର ବ୍ୟାଟିଂ ବିପର୍ଯୟ, ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ୪୬ ରନ୍‌ରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯୟ । ୪୬ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍ । ଦୁଇ ଅଙ୍କ ଛୁଇଁ ପାରିଲେନି ଭାରତର ୮ଜଣ ବ୍ୟାଟସମ୍ୟାନ୍ । ଶୂନରେ ପ୍ୟାଭିଲିୟନ ଫେରିଲେ ୫ ଜଣ ଖେଳାଳି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଟିମ୍ ଇଣ୍ଡିଆ ଧରାଶାୟୀ ହୋଇଛି। ନ୍ୟୁଜିଲ୍ୟାଣ୍ଡର ହେନେରୀ ଏବଂ ୱିଲିୟମଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର ୫ ଜଣ ବ୍ୟାଟ୍ସ ମ୍ୟାନ ଖାତା ନ ଖୋଲି ପାରି ପାଭିଲିୟନ ଫେରିଛନ୍ତି। କେବଳ ଯଶସ୍ୱୀ ଜୟସ୍ୱାଲ (୧୩ରନ୍) ଏବଂ ଋଷଭ ପନ୍ତ(୨୦ ରନ୍) ଦୁଇ ଅଙ୍କ ଛୁଇଁ ପାରିଥିଲେ। ଅନ୍ୟମାନେ ଗୋଟିଏ ଅଙ୍କରେ ରହି ଯାଇଛନ୍ତି।

ସୂଚନାଯୋଗ୍ୟ ବେଙ୍ଗାଲୁରର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି ଭାରତ-ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍। ବର୍ଷା ଯୋଗୁ ପ୍ରଥମ ଦିନର ଖେଳ ବାତିଲ କରାଯାଇଥିଲା । ଫଳରେ ଆଜି ମ୍ୟାଚ୍ ଆରମ୍ଭ ହୋଇଥିଲା। ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ପ୍ରଥମ ଇନିଂସରେ ଦଳ ମାତ୍ର ୪୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି ।

728×90