ଭୁବନେଶ୍ୱର: ପ୍ରତ୍ୟାଶା ରାୟ ପାଇବେ ଏକଲବ୍ୟ ପୁରସ୍କାର। ସନ୍ତରଣକାରୀ ପ୍ରତ୍ୟାଶା ରାୟ ୨୦୨୪ ମସିହାର ସମ୍ମାନଜନକ ଏଲଲବ୍ୟ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛନ୍ତି। ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୩୨ ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି। ଏହା ସହ ତାଙ୍କୁ ୭ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ପ୍ରତ୍ୟାଶାଙ୍କ ସହ ଜାତୀୟ ଓ ଅର୍ନ୍ତଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍ ଜୟରାମ ଓ ବ୍ୟାଡମିଣ୍ଟନ୍ ଖେଳାଳୀ ତନ୍ୱୀ ପତ୍ରୀଙ୍କୁ ଦେଢ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।
