ମେଷ: ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି । ଆର୍ଥିକ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ଯୋଗ ଅଛି । ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ନିଶ୍ଚିନ୍ତ ଭାବେ ପ୍ରାପ୍ତ କରିବେ ।
ବୃଷ: ରାଜନୀତିରେ ସଫଳତା ପ୍ରାପ୍ତ ହେବ । ଚାକିରିରେ ଅଟକି ଥିବା ଧନର ପ୍ରାପ୍ତି ଯୋଗ ରହିଛି । ପରିବାରର ସହଯୋଗ ମିଳିବ । ଜୀବନସାଥୀଙ୍କ ସହ ବ୍ୟସ୍ତତାରେ ଦିନଟି କଟିବ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ବିଜୟ ହାସଲ କରିବେ ।
ମିଥୁନ: ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅନୁକୂଳ ରହିଛି । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ ।
କର୍କଟ: ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗି ପାରେ । ବନ୍ଧୁ ମିଳନର ଯୋଗ ରହିଛି ।
ସିଂହ: ଦିନଟି ଉତ୍ତମ ଫଳ ଦେବ । ଚାଲୁ ଥିବା କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ଛାତ୍ରଛାତ୍ରୀ ମାନେ ନୂତନ ପାଠର ଆରମ୍ଭ କରିବେ । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଦମ୍ପତ୍ତିମାନେ ପରସ୍ପରକୁ କିଛି ସମୟ ଦେବେ ।
କନ୍ୟା: ଅଟକି ଥିବା କାର୍ଯ୍ୟର ପୁନରାମ୍ଭ ହେବ । ଦୂର ଯାତ୍ରା ର ଯୋଗ ରହିଛି । କିଛି କରୁ ନଥିବା ଲୋକଙ୍କୁ କାଲି କାର୍ଯ୍ୟର ସନ୍ଧାନ ମିଳିବ। ବ୍ୟବସାୟରେ ଆଗକୁ ବଢ଼ିବେ । ଦମ୍ପତିମାନଙ୍କ ପାଇଁ ଦିନଟି ଉତ୍ତମ ରହିଛି।
ତୁଳା: ଦିନଟି ମଧ୍ୟମ ଫଳ ଦେବ । ଚାକିରିରେ ପଦୋନ୍ନତିର ଯୋଗ ରହିଛି । ନିଜ ଦୁର୍ବଳତା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ଅଧିକ ହେବ । ବ୍ୟବସାୟରେ ଅଧିକ ପରିଶ୍ରମ ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ ।
ବିଛା: ବ୍ୟବସାୟକୁ ନେଇ କୌଣସି ଦୂର ଯାତ୍ରା କରି ପାରନ୍ତି । ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ବାହ୍ୟ ଲୋକଙ୍କ ଦ୍ଵାରା ଠକାମୀର ଶିକାର ହୋଇପାରନ୍ତି । ଅର୍ଥ ନିବେଶ ପାଇଁ ଦିନଟି ଶୁଭାଦୟକ ରହିଛି ।
ଧନୁ: ଦିନଟି ଲାଭଦାୟକ ହେବ । ବ୍ୟବସାୟରେ ଆର୍ଥିକ ଲାଭର ସଙ୍କେତ ମିଳୁଛି । ପରିବାରରେ ସୁଖ ସମାଚାର ମିଳିବ। ବିଦ୍ୟାର୍ଥୀ ମାନଙ୍କୁ ସୁଖ ସମାଚାର ମିଳିବ । ଧାର୍ମିକ କାର୍ଯ୍ୟରେ କିଛି ସମୟ ଅତିବାହିତ କରନ୍ତୁ ।
ମକର: ରବିବାର ଚାକିରି କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବିଦ୍ୟାର୍ଥୀ ମାନେ ସଫଳତାର ଶୀର୍ଷରେ ପହଞ୍ଚିବେ । ବ୍ୟବସାୟରେ ଅଧିକ ପରିଶ୍ରମରେ ଅଳ୍ପ ଲାଭ। । ଅର୍ଥ ପ୍ରାପ୍ତିର ଯୋଗ ରହିଛି ।
କୁମ୍ଭ: ଦିନଟି ବ୍ୟସ୍ତବହୁଳ ରହିବା ସତ୍ତ୍ୱେ ମଧ୍ୟ ଆପଣ ସର୍ବ କାର୍ଯ୍ୟ ସମ୍ପୂର୍ଣ କରିବେ । ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ । ନୂତନ ବ୍ୟବସାୟ ପାଇଁ ଦିନଟି ଶୁଭାଦୟକ ରହିଛି । ଦାମ୍ପତ୍ୟ ଜୀବନରେ ଖୁସି ର ଲହରୀ ଦେଖା ଦେବ।
ମୀନ: ଚାକିରିରେ ଆସନ୍ତାକାଲି ଆପଣଙ୍କୁ ସମ୍ମାନ ଓ ପଦୋନ୍ନତି ମିଳି ପାରେ । ମନ ପ୍ରଫୁଲ୍ଲ ରହିବ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ମିଳୁନଥିବା ଧନର ହଠାତ୍ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟରେ ଅଟକିଥହିବା କାର୍ଯ୍ୟ ଆରମ୍ଭ ହେବ ।
