ରବିବାର ରାଶିଫଳ

ମେଷ: ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ। ଚକ୍ଷୁ ପାଇଁ କଷ୍ଟ ପାଇପାରନ୍ତି। ମହିଳାମାନେ ଆଳସ୍ୟତା ଅନୁଭବ କରିପାରନ୍ତି। ପିଲାମାନଙ୍କ ପାଇଁ ମା’ ମାନେ ଚିନ୍ତିତ ରହିବେ।

ବୃଷ: ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ। ଆୟ ବୃଦ୍ଧି ହେତୁ ଉତ୍ସାହିତ ହେବେ। ପରିବାରର ସହାୟତା ପାଇବେ। ପରିଶ୍ରମ ଅନୁସାରେ ଫଳ ମିଳିବ।

ମିଥୁନ: ଆଶା କରିଥିବା ଦିଗରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନରେ ସମନ୍ୱୟ ରହିବ। ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ମହିଳାମାନେ ମିଷ୍ଠଭାଷୀ ହେବେ।

କର୍କଟ: ନିଜ ଲୋକ ଶତ୍ରୁ ସାଜିବେ। ଲଗାତାର ଚେଷ୍ଟା କରି ସଫଳତା ପାଇବେ। କାର୍ଯ୍ୟଭାର ବୃଦ୍ଧି ପାଇବ। ସରକାରି ଚାକିରିଆଙ୍କ ପାଇଁ ଦିନଟି ଭଲ। ପଡୋଶୀଙ୍କ ସହ ଝାମେଲା ହୋଇପାରେ।

ସିଂହ: ବ୍ୟବସାୟରେ ସଫଳତା ପାଇବେ। ଦୂରଯାତ୍ରା ସୁଯୋଗ ପାଇପାରନ୍ତି। ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିବେ। ପୁରୁଣା ନିବେଶରୁ କ୍ଷତି ସହିପାରନ୍ତି।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

ତୁଳା: ଆଶା କରିଥିବା ଦିଗରୁ ନିରାଶ ରହିପାରନ୍ତି। ସାହିତ୍ୟ ତଥା ଅନ୍ୟାନ୍ୟ ସୃଜନଶୀଳ କଳା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।

ବିଛା: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ମିଳିବ। ଉତ୍ସାହିତ ଅନୁଭବ କରିବେ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ପରୋପକାରରେ ଦିନ ବିତିବ।

ଧନୁ: ପାରିବାରିକ ସମ୍ପର୍କ ମଜଭୁତ ହେବ। ନୂତନ ବ୍ୟବସାୟ ପାଇଁ ସୁଯୋଗ ପାଇପାରନ୍ତି। ଜୀବନସାଥୀଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ପରିବାର ସହିତ ସମୟ ଅତିବାହିତ କରିବେ। ଖର୍ଚ୍ଚବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିବେ। ବ୍ୟବସାୟରେ କ୍ଷତି ସହିବାକୁ ବଡ଼ିବ। ମହିଳାମାନେ ସ୍ବାଭିମାନୀ ହୋଇ କାର୍ଯ୍ୟ କରିବେ।

କୁମ୍ଭ: ଖର୍ଚ୍ଚାନ୍ତ ହୋଇପାରନ୍ତି। କର୍ମସ୍ଥଳୀରେ ସହକର୍ମୀଙ୍କ ସହଯୋଗ ମିଳିବନି। ସୁଯୋଗର ସଠିକ୍‌ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ। ଅଯଥା କଥା କହି ସମାଲୋଚିତ ହୋଇପାରନ୍ତି।

ମୀନ: କାର୍ଯ୍ୟ କରିବାର ତରିକାରେ ପରିବର୍ତ୍ତନ ହେବ। ଅନ୍ୟକୁ ଧାର ଦେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବିବାଦରେ ଛନ୍ଦି ହୋଇପାରନ୍ତି। ବ୍ୟକ୍ତିଗତ ମାମଲାକୁ ଅନ୍ୟମାନଙ୍କ ଆଗେ ପ୍ରକାଶ କରନ୍ତୁନି।

728×90