ନିମାପଡ଼ା: ଏମିତି ବି ଆସେ ମୃତ୍ୟୁ । କ୍ରିକେଟ ମ୍ୟାଚ୍ ଖେଳୁଥିଲେ, ଚାଲିଗଲା ଜୀବନ । କ୍ରିକେଟ ମ୍ୟାଚ୍ ଖେଳୁଥିବା ବେଳେ ପଡ଼ିଆରେ ଟଳି ପଡିଲେ ଛାତ୍ର । ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ଆୟୋଜିତ ବନ୍ଧୁତ୍ଵ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଚାଲିଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ର ଜଣଙ୍କ ହେଉଛନ୍ତି ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା(୨୨)।
ସୂଚନା ଅନୁସାରେ, ନିମାପଡ଼ା ଅଞ୍ଚଳର ଏକ ଘରୋଇ କଲେଜ ଛାତ୍ରଙ୍କ ଦ୍ଵାରା ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା। କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ହଠାତ ଖେଳ ପଡିଆରେ ବ୍ରହ୍ମଗିରି ଯଦୁପୁର ଅଞ୍ଚଳର ଓମ୍ ପ୍ରସାଦ ଜେନା ଟଳି ପଡିଥିଲେ। ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
