ପୁରୀ ଶ୍ରୀମନ୍ଦିରରେ ଅଘଟଣ, ବଡ଼ଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ଖସିଲା ପଥର

ପୁରୀ: ପୁରୀ ବଡ଼ଦେଉଳରୁ ଖସିଲା ପଥର । ଆଜି ଶ୍ରୀମନ୍ଦିରକୁ ଲାଗି ରହିଥିବା ବିମଳା ମନ୍ଦିର ନିକଟ ବରାହ ମନ୍ଦିରରୁ ଖସିଛି ପଥର । ଖସିଥିବା ପଥର ୫ ଇଞ୍ଚ ଓସାର ଓ ୧୦ଇଞ୍ଚ ଲମ୍ବ । ସୈାଭାଗ୍ୟବଶତଃ ପଥର ଖସିବା ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା- ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି ।

ତେବେ ପଥର ଖସିବାରୁ ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଯାଇଛି । ଦକ୍ଷିଣ ଘର ପଛ ପାଖ ତଥା ବିମଳା ମନ୍ଦିର ସମ୍ମୁଖରେ ରହିଛି ବରାହ ମନ୍ଦିର। ଏଏସଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଥିଲା ପଥର। ଜେଟିପି ବସୁଥିବା ଚର୍ଚ୍ଚା ଘର ସାମ୍ନା ନାଟମଣ୍ଡପ-ଜଗମୋହନ ଜଏଣ୍ଟ ସ୍ଥଳର ଏକ ଚାଳିରୁ ପଥର ଖଣ୍ଡ ଖସିଥିଲା। ତେବେ ଖସିଥିବା ପଥରର ଓଜନ ପ୍ରାୟ ୨-୩ କେଜି ହେବ ବୋଲି ସୂଚନା ମିଳିଥିଲା ।

728×90