ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଭିତର ଓ ବାହାର ରତ୍ନଭଣ୍ଡାରର ଟେକ୍ନିକାଲ ସ୍କାନିଂ ଉପରେ ଗୁରୁତ୍ୱ

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ସମୁଦାୟ ୬ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥାନାନ୍ତରଣ ପକ୍ରିୟାକୁ ଅନୁମୋଦନ କରାଯାଇଛି । ଏନେଇ ରାଜ୍ୟସରକାରଙ୍କୁ ଅବଗତ କରାଯିବ ଆଲୋଚନା ହୋଇଛି । ଟେକ୍ନିକାଲ ସ୍କାନିଙ୍ଗ ଉପରେ ରାଜ୍ୟ ସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ସେହିପରି ଶ୍ରୀମନ୍ଦିର ଜମିକୁ ଦଲାଲମୁକ୍ତ କରାଯିବ ବୋଲି ମଧ୍ୟ ଆଲୋଚନା ହୋଇଛି । ଯେକୌଣସି ବ୍ୟକ୍ତି ଶ୍ରୀମନ୍ଦିର ଜମି ଉପରେ ଯଦି ଲୋଲୁପ ଦୃଷ୍ଟି ପକାନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାସହ ଭୂ- ସମ୍ପତ୍ତି ପରିଚାଳନା ଅଧିନିୟମ ପାଇଁ ଆଲୋଚନା ହୋଇଛି । ଏନେଇ ସରକାରଙ୍କ ଅନୁମୋଦନ ପରେ କାର୍ୟ୍ୟକାରି କରାଯିବ । ଅଭଡ଼ା ଯୋଜନାରେ ଆସିଥିବା ୩୫ଟି ଏସି ମିନି ଇ-ବସ ଓଏସଆରଟିସିଙ୍କୁ ହସ୍ତାନ୍ତର କରାଯିବା ନେଇ ବୈଠକରେ ଆଲୋଚନା ହୋଇଛି ।

728×90