ଜଳେଶ୍ବର: କାନ୍ଥ ଭୁଶୁଡିି ଚାଲିଗଲା ପୁଅର ଜୀବନ, ବାପା ମା’ ଗୁରୁତର। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ପଶ୍ଚିମବାଡ଼ ଗାଁରେ ଘଟିଛି ଏପରି ଏକ ଅଘଟଣ। ମୃତକ ହେଲେ ଶେଖ ଆରିଫ। ଘର ତିଆରି ପାଇଁ ରାସ୍ତା କଡରେ ପଡ଼ିଥିବା ଚିପ୍ସ ଗୋଟାଉଥିବା ବେଳେ ପଡ଼ିଲା କାନ୍ଥ। ସମିର ଉଦ୍ଦିନ ତାଙ୍କ ସ୍ତ୍ରୀ ଆଶୁନା ବିବି ଏବଂ ତାଙ୍କ ପୁଅ ଆରିଫଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ୩ ଜଣ କାନ୍ଥ ତଳେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ । ସେଠାରେ ପୁଅ ସେଖ ଆରିପକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତର ବାପା-ମା’ଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
