ଭାରତରେ ପହଞ୍ଚିଲେ ଶେଖ ହସିନା, ହିଣ୍ଡନ ବାୟୁସେନାଘାଟିରେ ଓହ୍ଲାଇଲା ବିମାନ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ଶେଖ ହସିନା । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଛାଡ଼ିଥିବା ଶେଖ ହାସିନା ଭାରତରେ ପହଞ୍ଚିଛନ୍ତି। ସେ ଅପରାହ୍ନ ୫.୩୬ ମିନିଟରେ ଗାଜିଆବାଦର ହିଣ୍ଡନ ଏୟାରବେସ୍‌ରେ ଲ୍ୟାଣ୍ଡ କରିଛନ୍ତି । ତେବେ ସେ ଭାରତରେ ପହଞ୍ଚିଥିବାବେଳେ ଏଠାରୁ ଲଣ୍ଡନ ଯାଇପାରନ୍ତି ବୋଲି କୁହାଯାଉଛି । ସୁରକ୍ଷା କାରଣରୁ ଶେଖ ହସିନା ଓ ତାଙ୍କ ଭଉଣୀ ବାଂଲାଦେଶ ଛାଡ଼ିଥିବା କୁହାଯାଉଛି।

ଭାରତରେ ହସିନାଙ୍କ ହେଲିକପ୍ଟର ପହଞ୍ଚିବା ପରେ ତାଙ୍କୁ ଭାରତୀୟ ବାୟୁସେନାର ଅଧିକାରୀମାନେ ସ୍ୱାଗତ କରିଥିଲେ। ଏଠାରୁ ସେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବେ। ସେଠାରେ ସେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଛି।

ହସିନା ଭାରତ ଆସୁଥିବାରୁ ଦିଲ୍ଲୀ ଠାରୁ ଆରମ୍ଭ କରି ଗାଜିବାଦ ଏୟାରପୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷାବଳୟ ମଧ୍ୟରେ ସାଧାରଣ ଯାତ୍ରୀଙ୍କୁ ଦିଲ୍ଲୀ ଏୟାରପୋର୍ଟକୁ ଯିବାକୁ ପଡ଼ୁଛି। ହସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତରେ ପହଞ୍ଚିଛନ୍ତି।

ବାଂଲାଦେଶ ଛାଡିବା ପରେ ତାଙ୍କ ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି କବଜା କରିଛନ୍ତି। କିଛି ସମୟ ପରେ ବାଂଲାଦେଶର ଆର୍ମି ଚିଫ୍ ଦେଶବାସୀଙ୍କୁ ସମ୍ବୋଧନ କରି ପାରନ୍ତି। ଏହା ବି ଚର୍ଚ୍ଚା ହେଉଛି ବାଂଲାଦେଶରେ ସାମରିକ ବିଦ୍ରୋହ ହୋଇଛି। ସଂରକ୍ଷଣ ପ୍ରତିବାଦରେ ବେଶ କିଛି ଦିନ ହେଲାଣି ଜଳୁଛି ବାଂଲାଦେଶ।

728×90