ପଶ୍ଚିମବଙ୍ଗ: ହାୱଡାରେ ଟ୍ରେନ୍ ଦୁର୍ଘଟଣା । ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଶନିବାର ସକାଳ ପ୍ରାୟ ସାଢେ ୫ଟାରେ ହାୱଡାର ନଁଲପୁରରେ ସାଲିମାର-ସିକନ୍ଦରବାଦ ସ୍ପେଶାଲ ଟ୍ରେନ୍ର ୩ଟି ବଗି ଟ୍ରାକରୁ ଖସିଥିଲା । ତେବେ ଏଥିରେ କାହାରି ମୃତାହତ ନେଇ କୌମସି ଖବର ମିଳିନି । ଟ୍ରେନ ନମ୍ବର ହେଉଛି ୨୨୮୫୦ । ଦୁର୍ଘଟଣାରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆଜି ଭୋର ୫ଟା ୪୫ ମିନିଟରେ ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଟ୍ରେନ୍ର ଦୁଇଟି ଯାତ୍ରୀବାହୀ କୋଚ୍ ଓ ଏକ ପାର୍ସଲ ଭ୍ୟାନ୍ ଲାଇନଚ୍ୟୁତ ହୋଇଛି। ଏଥିରେ ୧୩ରୁ ଅଧିକ ଯାତ୍ରୀ ଆହତ ହୋଇଥିବା କୁହାଯାଉଛି। ଏନେଇ ଦକ୍ଷିଣ-ପୂର୍ବ ରେଲଓ୍ୱେର ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାଇନ୍ଚ୍ୟୁତ ଯୋଗୁ ଏହି ନାଲପୁର ଷ୍ଟେସନ ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ସେପଟେ ଖବର ପାଇ ରେଲଓ୍ୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୌଣସି ବଡ଼ କ୍ଷତି ହୋଇନାହିଁ ବୋଲି ରେଳବାଇ ସୂଚନା ଦେଇଛି। କେବଳ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ରେଳବାଇ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
