ଇଲୋକ୍ଟ୍ରାଲ ବଣ୍ଡ ମାମଲାରେ ଏସବିଆଇ ମାଗିଲା ସମୟ, ସୁପ୍ରିମକୋର୍ଟ କହିଲେ ଲଫାପା ଖୋଲ ଡାଟା ଦିଅ

ନୂଆଦିଲ୍ଲୀ : ନିର୍ବାଚନ ବଣ୍ଡ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଭାରତୀୟ ଷ୍ଟେଟ ବ୍ୟାଙ୍କର ଆବେଦନ ଉପରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିବେ । ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ଵ ଗଠିତ ବେଂଚ୍ ଏହି ମାମଲାର ଶୁଣାଣି କରିବ। ଏହାସହ ଷ୍ଟେଟ ବ୍ୟାଙ୍କ ଅଦାଲତ ଅବମାନନା ନେଇ ହୋଇଥିବା ଆବେଦନର ମଧ୍ୟ ଶୁଣାଣି କରିବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ। ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ତଥ୍ୟ ପ୍ରଦାନ କରିନଥିବା ନେଇ ସୁପ୍ରିମକୋର୍ଟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନାଁରେ ଅଦାଲତ ଅବମାନନା ମାମଲା ହୋଇଛି। ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଆକାରରେ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଷ୍ଟେଟ ବ୍ୟାଙ୍କକୁ ନିର୍ଦ୍ଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ। ତେବେ ଏହି ତଥ୍ୟ ପ୍ରଦାନ କରିବାକୁ ଆସନ୍ତା ଜୁନ ୩୦ ସୁଦ୍ଧା ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ। ଗତ ମାସରେ ଏହି ନିର୍ବାଚନୀ ବଣ୍ଡକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ।

କେଉଁ ଦଳକୁ କେତେ ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି ଏହାର ସମସ୍ତ ତଥ୍ୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାନୀ ବଣ୍ଡରେ ମିଳିଥିବା ଟଙ୍କାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଗତ ଫେବୃଆରୀ ୧୫ରେ ନିର୍ବାଚନୀ ବଣ୍ଡ ଆକାରରେ ରାଜନୈତିକ ଦଳକୁ ମିଳୁଥିବା ଅର୍ଥ ବ୍ୟବସ୍ଥାକୁ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଂଚ ଏହି ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ରଦ୍ଦ କରିଥିଲେ। ରାଜନୈତିକ ଦଳକୁ ପାଣ୍ଠି ପ୍ରଦାନକୁ ଅସାମ୍ବିଧାନିକ କହିବା ସହ ଦାନ ଦେଇଥିବା ଏବଂ ଦାନ ଗ୍ରହଣ କରିଥିବା ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷଙ୍କ ସମସ୍ତ ସୂଚନା ପ୍ରଦାନ କରିବାକୁ କହିଥିଲେ।

ନିର୍ବାଚନୀ ବଣ୍ଡ ପ୍ରଦାନ ଲାଗି ସ୍ଵୀକୃତି ପାଇଥିବା ଆର୍ଥିକ ସଂସ୍ଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମାର୍ଚ୍ଚ ୬ ତାରିଖ ସୁଦ୍ଧା ୧୨ ଏପ୍ରିଲ ୨୦୧୯ ପରଠାରୁ ଆଜି ପର୍ଯ୍ୟନ୍ତ କିଣାଯାଇଥିବା ନିର୍ବାଚନୀ ବଣ୍ଡ ବିଷୟରେ ତଥ୍ୟ ପ୍ରଦାନ କରିବାକୁ କହିଥିଲେ। ଏହାର ସମସ୍ତ ତଥ୍ୟ ଅଫିସିଆଲ ୱେବସାଇଟରେ ମାର୍ଚ୍ଚ ୧୩ ସୁଦ୍ଧା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୪ ତାରିଖରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆସନ୍ତା ଜୁନ ୩୦କୁ ତଥ୍ୟ ଦାଖଲ ସମୟ ବୃଦ୍ଧି କରିବାକୁ ଆବେଦନ କରିଛି।

ଏଥି ସହିତ ଏଡିଆର ଓ କମନକଜ୍ ପକ୍ଷରୁ ଦାଖଲ ହୋଇଥିବା ଅଦାଲତ ଅବମାନନା ପିଟିସନର ମଧ୍ୟ ଶୁଣାଣି କରିବେ ସୁପ୍ରିମକୋର୍ଟ । ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନୀ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଛି ଏସବିଆଇ । ଏନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ADRର ପିଟିସନରେ ଅଭିଯୋଗ ହୋଇଛି ଯେ ଏସବିଆଇ ଜାଣିଶୁଣି ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରିଛି। ବାସ୍ତବରେ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏସବିଆଇ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ ଆୟୋଗକୁ ନିର୍ବାଚନ ବଣ୍ଡ ବିଷୟରେ ସୂଚନା ଦେବା ଉଚିତ ଏବଂ ମାର୍ଚ୍ଚ ୧୩ସୁଦ୍ଧା ନିର୍ବାଚନ ଆୟୋଗ ସେହି ସୂଚନା ସାର୍ବଜନୀନ କରିବା ଉଚିତ।

728×90