ଓପନିଂ ଡେ’ରେ ସିନେମା ହଲରେ ଧମାଲ କରୁଛି ‘ସଲାର’ । ତେବେ ଆସନ୍ତୁ ଜାଣିବା ପ୍ରଭାସଙ୍କ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ କେତେ କୋଟି ଇନକମ କରିଛି । ପୂର୍ବରୁ କିଛି ଫିଲ୍ମର ଖରାପ ପ୍ରଦର୍ଶନ ପରେ ପ୍ରଭାସ ‘ସାଲାର’ ସହିତ ଏକ ଦମଦାର କମବ୍ୟାକ କରିଛନ୍ତି । ଫ୍ୟାନ୍ସମାନଙ୍କ ମଧ୍ୟରେ ଏହି ଆକ୍ସନ୍ ଥ୍ରୀଲରର କ୍ରେଜ୍ ଏତେ ରହିଛି ଯେ ପ୍ରଥମ ଦିନରେ ଏହାକୁ ଦେଖିବା ପାଇଁ ସିନେମା ହଲରେ ଦର୍ଶକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା ଏବଂ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସୋସିଆଲ ମିଡିଆରେ ମଧ୍ୟ ଅନେକ ପ୍ରଶଂସା ପାଉଛି ।
ଏବେ ‘ସାଲାର’ ରିଲିଜ୍ ହେବାର ଫାଷ୍ଟ ଡେ’ ଇନକମର ଏକ ରିପୋର୍ଟ ଆସିଛି । ରିପୋର୍ଟ ଅନୁଯାୟୀ, ‘ସାଲାର’ ରିଲିଜ୍ ହେବାର ପ୍ରଥମ ଦିନରେ ୯୫ କୋଟି ଟଙ୍କାର ଏକ ବଡ଼ ବ୍ୟବସାୟ କରିଛି । ଫାଷ୍ଟ ଡେ’ରେ ୯୫ କୋଟି ଟଙ୍କା ଇମକମ ଦ୍ୱାରା ଏହି ଫିଲ୍ମ ପଠାନ୍, ଜୱାନ୍, ଡଙ୍କି ସମେତ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଏହା ସହ ପ୍ରଭାସଙ୍କ ଫିଲ୍ମ ଚଳିତ ବର୍ଷର ସବୁଠୁ ବଡ ଓପନର୍ ହୋଇପାରିଛି । ସାରା ବିଶ୍ୱରେ ଏହି ଫିଲ୍ମ ୧୭୫ ଟଙ୍କାର ଦମଦାର ଇନକମ କରିଛି ।
ସୂଚନାଯୋଗ୍ୟ, ଫିଲ୍ମ ‘ସାଲାର’ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଏହି ଫିଲ୍ମରେ ପ୍ରଭାସ ଓ ଶ୍ରୁତି ହାସନଙ୍କ ସହ ପ୍ରୀତିରାଜ ସୁକୁମାରନ୍, ଜଗପତି ବାବୁ ରେଡ୍ଡୀ ଆଦି ଅନେକ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନଜର ଆସିଛନ୍ତି । ସୂଚନା ଅନୁଯାୟୀ ପ୍ରଭାସ ଏହି ଫିଲ୍ମ ପାଇଁ ୧୦୦ କୋଟି ଟଙ୍କା ନେଇଛନ୍ତି ।
