ଭୋଜି ଖାଇ ଫେରିବାବେଳେ ଭାରସାମ୍ୟ ହରାଇ ଘରର କାନ୍ଥକୁ ପିଟିଲା କାର୍, ଚାଲିଗଲା ୪ ସାଙ୍ଗଙ୍କ ଜୀବନ

କଟକ: ଭାରସାମ୍ୟ ହରାଇ ଘରର କାନ୍ଥକୁ ପିଟିଲା କାର୍। ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ଗାଁ ନିକଟରେ ଘଟିଛି ଏପରି ଏକ ମର୍ମଡ଼ଉଣ୍ଟ ଦୁର୍ଘଟଣା । ମୃତକମାନଙ୍କ ମଧ୍ୟରେ ଜଣଙ୍କ ଘର ବାଙ୍କି ହରିରାଜପୁରର ହୋଇଥିବା ବେଳେ ଜଣଙ୍କ ଘର ବାଙ୍କି ପାଳପୁଟର, ଜଣଙ୍କ ଘର ବଡମ୍ବା ଓ ଅନ୍ୟ ଜଣଙ୍କ ଘର ଖଜୁରିପଦା ଗାଁରେ ବୋଲି ଜଣାପଡିଛି।

ଗତକାଲି ବିଳମ୍ବିତ ରାତିରେ ବିବାହ ଭୋଜିରୁ ୪ଜଣ ସାଙ୍ଗ କାର୍‌ ଯୋଗେ ଘରକୁ ଫେରୁଥିଲେ। କୋଇଲିକନ୍ୟା ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଥିଲା। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ତିଗିରିଆ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି ।

728×90