ଅବକାରୀ ଜଏଣ୍ଟ କମିଶନରଙ୍କ ଘରେ ରେଡ୍‌

ଭୁବନେଶ୍ୱର: ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ଶ୍ରୀ ମିଶ୍ରଙ୍କ ଘରେ ରେଡ୍‌ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ଚାଲିଥିବା ଜଣାପଡ଼ିଛି। ଏକାସାଙ୍ଗରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଚଲାଇଛି। ଭୁବନେଶ୍ୱର, ସୋନପୁର, ବଲାଙ୍ଗୀର ଘର ସମେତ ଅଫିସରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୧୦ ଡିଏସ୍‌ପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି।

728×90