ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ପ୍ରଯୋଜିକା ଏକତା କପୁର, ସାବରମତୀ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିବାରୁ ଜଣାଇଲେ ଧନ୍ୟବାଦ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବଲିଉଡ ପ୍ରଯୋଜିକା ଏକତା କପୁର । ‘ସାବରମତୀ ରିପୋର୍ଟ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ । ଏହାସହ ସାବରମତି ରିପୋର୍ଟ ଫିଲ୍ମ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା କପୁର । ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଏକତା କପୁର । ବିଜେପି ଶାସିତ ରାଜ୍ୟ ଗୁଡ଼ିକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ଉପରେ ଟିକସ ଛାଡ଼ ନେଇ ଘୋଷଣା କରିଛନ୍ତି। ଏହି କ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାବରମତୀ ରିପୋର୍ଟକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହା ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିଲେ। ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି।
ସତ୍ୟକୁ ସବୁଦିନ ପାଇଁ ଲୁଚାଇ ରଖାଯାଇ ପାରିବନି ଏମିତି ଏକ କାହାଣା ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ଫିଲ୍ଲ ସାବରମତୀରେ । ଗଣମାଧ୍ୟମ ଦେଖାଉଥିବା କଥା ଯେ ସବୁବେଳେ ସତ୍ୟ ତାହା ଯଥାର୍ଥ ନୁହେଁ , ୨୦୦୨ ଗୋଧ୍ରା ଟ୍ରେନ ପୋଡି ଓ ସେଥିରେ ଜୀବନ୍ତ ଦଗ୍ଦ ହେଇଥିବା ୫୯ ଜଣ ଜୀବନର ସତ୍ୟ କାହାଣୀ ଉପରେ ଆଧାରିତ ଚଳଚିତ୍ର ‘ସାବରମତି ରିପୋର୍ଟ’ ଦେଖାଯାଇଛି ।
