ସତ ହେଉଛି ଅସଲି ଖଡୀରତ୍ନ ପଞ୍ଜିକାର ଭବିଷ୍ୟବାଣୀ: ବାତ୍ଯାକୁ ନେଇ କରିଥିଲା ପୂର୍ବାନୁମାନ

ଭୁବନେଶ୍ୱର: ସତହେଉଛି ଅସଲି ଖଡୀରତ୍ନ ପଞ୍ଜିକାର ଭବିଷ୍ୟବାଣୀ। ଖଡୀରତ୍ନ ପଞ୍ଜିକାରେ ହୋଇଛି ବାତ୍ଯାକୁ ନେଇ ପୂର୍ବାନୁମାନ। ପଞ୍ଜିକାରେ ରହିଛି ବାତ୍ୟା ସମ୍ପର୍କରେ ସୂଚନା। ଚଳିତ ବର୍ଷ ଅକ୍ଟୋବର ମାସରେ ବାତ୍ୟା ହେବା ନେଇ ଅସଲି ଖଡ଼ିରତ୍ନ ପଞ୍ଜିକାରେ ଗଣନା କରାଯାଇଥିଲା। ଯାହା ଏବେ ସତ ହେବାକୁ ଯାଉଛି। ବାତ୍ୟା କେଉଁ ତାରିଖରେ ହେବ ଓ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା। ଅସଲି ଖଡ଼ିରତ୍ନ ପଞ୍ଜିକାରେ ୧୯୬ ପୃଷ୍ଠାରେ ଏହା ଉଲ୍ଲେଖ ରହିଥିଲା। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ରାଜ୍ଯର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କେଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ, କାକଟପୁର, ନିଆଳି ଆଦି ସ୍ଥାନରେ ଚଳିତ ମାସରେ ଘୂର୍ଣ୍ଣିବାତ୍ଯା ହେବା ନେଇ ପଞ୍ଜିକାରେ ଉଲ୍ଲେଖ ରହିଛି।

ପ୍ରବଳ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ ମହାବାତ୍ଯା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପଞ୍ଜିକାରେ ଲେଖା ରହିଛି। ଅକ୍ଟୋବର ୧୭ରୁ ୨୩ ତାରିଖ, ଅକ୍ଟୋବର ୨୩ରୁ ୩୦ ମଧ୍ଯରେ, ନଭେମ୍ବର ୪ରୁ ୫ ତାରିଖ ମଧ୍ୟରେ , ନଭେମ୍ବର ୧୧ରୁ ୧୫ ମଧ୍ଯରେ ପ୍ରଚଣ୍ଡ ବାୟୁପ୍ରବାହ ବାତ୍ଯା ଦ୍ବାରା ଧନଜୀବନ ପ୍ରଭାବିତ ହେବା ଉଲ୍ଲେଖ ରହିଛି।

728×90