ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡର ଲୋକପ୍ରିୟ ନାୟିକା ଏଲିନା, ବନ୍ଧୁ ଅନୁରାଗଙ୍କ ସହ ଇଣ୍ଡୋନେସିଆ ବାଲିରେ ହେଲା ବାହାଘର

ଭୁବନେଶ୍ୱର: ହାତକୁ ଦି’ହାତ ହୋଇଛନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ । ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ଏଲିନା । ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି । ଇଣ୍ଡୋନେସିଆ ବାଲିରେ ଅନୁରାଗଙ୍କ ହାତ ଧରିଛନ୍ତି ଏଲିନା । ଦୀର୍ଘ ସମୟ ଧରି ପ୍ରେମ ସଂପର୍କରେ ରହିବା ପରେ ଦୁହେଁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ଉପସ୍ଥିତ ରହିଥିଲେ ।

ଏଲିନା ନିଜ ବାହାଘର ଫଟୋ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ତେବେ ବଡ଼ ଖବର ହେଉଛି ଏଲିନାଙ୍କ ବିବାହ ଖବର ନା ଫ୍ୟାନ ନା ଓଲିଉଡ କେଉଁଠି ବି ଜଣାନଥିଲା । ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ ପରେ ଶୁଭେଛାର ସୁଅ ଛୁଟୁଛି । ୨୦୧୫ରେ ଇସ୍କ ତୁ ହି ତୁ ସିନେମା ମାଧ୍ୟମରେ ଓଡ଼ିଆ ସିନେମା ଜଗତକୁ ପ୍ରବେଶ କରିଥିଲେ ।

728×90