କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲା କ୍ୟାଡ଼ର ମାଓବାଦୀ ବିଜା ମାଡ଼ଭି

କନ୍ଧମାଳ : ଆତ୍ମସମର୍ପଣ କଲା କ୍ୟାଡ଼ର ମାଓବାଦୀ ବିଜା ମାଡ଼ଭି ଓରଫ୍ ଟିକେସ୍ । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲା ଟିକେସ୍ । ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ଆତ୍ମସମର୍ପଣ କରିଛି KKBN ସଙ୍ଗଠନର ବିଜା ମାଡବି ଓରଫ୍ ଟିକେସ୍ । ସେ KKBN ଡିଭିଜନର ରାହୁଲ ଏରିଆ କମିଟିର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ମାଓବାଦୀ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ ହୋଇଛି ।

ଆତ୍ମସମର୍ପଣ କରିଥିବା ମାଓବାଦୀର ଘର ଛତିଶଗଡ଼ ସୁକମା ଜିଲ୍ଲାର ମଙ୍ଗଳଗୁଡ଼ା ଗାଁ । ୨୦୧୮ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ । ୧୦ଟି ମାଓ ହିଂସା କାର୍ଯ୍ୟରେ ସାମିଲ୍ ଥିଲେ । ମାଓ ସଙ୍ଗଠନ ଶିବିରରେ ଚାଲିଥିବା ଅତ୍ୟାଚାର ଓ ଅମାନୁଷିକ କାର୍ଯ୍ୟକଳାପକୁ ନାପସନ୍ଦ କରି ଟିକେସ୍ ସଙ୍ଗଠନ ଛାଡ଼ିଥିିବା କହିଛନ୍ତି କନ୍ଧମାଳ ଏସପି ହରିଶ ବିଶି କହିଛନ୍ତି ।

728×90