ଭୁବନେଶ୍ୱର: ଭୂମିହୀନଙ୍କୁ ମିଳିବ ଜମି ପଟ୍ଟା । ୫ ବର୍ଷ ପରେ ଓଡ଼ିଶାରେ କେହି ରହିବେନି ଭୂମିହୀନ ଓ ବାସହୀନ । ଭୂମିହୀନଙ୍କୁ ଜମି ପଟ୍ଟା ଦେବେ ରାଜ୍ୟ ସରକାର । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ । ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ ।
ମନ୍ତ୍ରୀ କହିଛନ୍ତି କି, ଭୂମିହୀନ ଓ ବାସହୀନମାନଙ୍କୁ ତିନୋଟି କାଟେଗୋରିରେ ବିଭକ୍ତ କରାଯାଇଛି । ଯେଉଁ ଅନୁସାରେ, ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ, ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ । ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ । ଏଥିସହ ସହରାଞ୍ଚଳରେ ବସ୍ତିବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦେଉଛନ୍ତି ସରକାର । ତୃତୀୟରେ ଜଙ୍ଗଲ ଅଧିକାର ଆଇନରେ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରି ଦିଆଯାଉଛି ।
ତେବେ ଠିକଠାକ ସର୍ଭେ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସ ହୀନ କେହିନଥିବେ । କଡାକଡି ନିର୍ଦ୍ଦେଶ ଦିଆଯାଇଛି, ସର୍ଭେ କାମ ଆରମ୍ଭ ହୋଇ ଗଲାଣି । ଆବଣ୍ଟନ ମଧ୍ୟ ଆରମ୍ଭ ହୋଇଗଲାଣି । ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ ।
