କେନ୍ଦୁଝର: ଧାନ ଜମିରେ ପଡିଛି ହାତୀର କ୍ଷତ ବିକ୍ଷତ ମୃତ ଦେହ। କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖରେ ଏକ ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ହେଲା ହାତୀର ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ। ଏହି ଅଞ୍ଚଳରେ ୫୦ରୁ ଅଧିକ ହାତୀ କିଛି ଦିନ ହେଲା ବ୍ୟାପକ ଫସଲ ନଷ୍ଟ କରୁଥିଲେ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଥିଲା। ତେବେ ଆଜି ଏହି ହାତୀପଲ ଭିତରୁ ଏକ ମାଈ ହାତୀର ମୃତଦେହ ଧାନ ଜମିରେ ପଡ଼ିଥିବା ଦେଖିବାକୁ ମିଳିଛି। କେମିତି ହାତୀର ମୃତ୍ୟୁ ହେଲା ଜଣାପଡ଼ିନଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
