ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମୃଦୁ ଭୂକମ୍ପ ଝଟ୍‌କା

ଭୁବନେଶ୍ଵର: ସକାଳୁ ସକାଳୁ ଭୂକମ୍ପ ଝଟ୍‌କାରେ ଥରିଲା ରାଜଧାନୀ ଭୁବନେଶ୍ଵର । ଭୁବନେଶ୍ଵରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ସକାଳ ୭ଟା ୧୭ରେ ଭୂମିକମ୍ପ ହୋଇଛି। ଭୁବନେଶ୍ଵର ସମେତ ଏହାର ଆଖପାଖ ଅଞ୍ଚଳରେ ଝଟ୍‌କା ଅନୁଭୂତ ହୋଇଛି। ବିଶେଷ କରି ପୁରୁଣା ଭୁବନେଶ୍ଵରରେ ଝଟ୍‌କା ଲାଗିଛି। ଖୁବ୍ କମ ସମୟ ପାଇଁ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭିତ ହୋଇ ପଡ଼ିବା ସହ କିଛି ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନି।

728×90