ସତ୍ୟବାଦୀର ଏକ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୩୦ ବଖରା, ସର୍ବସ୍ଵାନ୍ତ ହୋଇଗଲେ ୧୫ ପରିବାର

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଆଳିସ ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଗଲା ୩୦ ବଖରାରୁ ଉର୍ଦ୍ଧ୍ୱ ଘର । ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ବାଇକ୍ ଜଳିପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୫ଟି ପରିବାର ସର୍ବସ୍ଵାନ୍ତ ହୋଇପଡିଛନ୍ତି । ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଆଳିଶ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲା । ସଙ୍ଗେ ସଙ୍ଗେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଖବର ପାଇ ଅଗ୍ନିଶମବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ନିଆଁରେ ଘରର ଆସବାବ ପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ କିପରି ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ସର୍ଟ ସର୍କିଟରୁ ଲାଗିଲା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ି ନାହିଁ ।

728×90