ଭାରତ ୨-୧ ଗୋଲ୍‌ରେ ପାକିସ୍ତାନକୁ ପରାଜିତ କଲା…

ବେଜିଂ: ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଶନିବାର ପାକିସ୍ତାନକୁ ୨-୧ ରେ ପରାସ୍ତ କରି ଭାରତୀୟ ହକି ଦଳ କ୍ରମାଗତ ପଞ୍ଚମ ବିଜୟ ପଞ୍ଜିକରଣ କରିଛି। କ୍ୟାପଟେନ ହରମନପ୍ରୀତ ସିଂ ଭାରତ ପାଇଁ ଉଭୟ ଗୋଲ ସ୍କୋର କରିଛନ୍ତି। ପାକିସ୍ତାନ ପାଇଁ ଏକମାତ୍ର ଗୋଲ ଅହମ୍ମଦ ନାଦିମ ସ୍କୋର କରିଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଯେତେବେଳେ କି, ଏହା ପାକିସ୍ତାନ ଦଳର ପ୍ରଥମ ପରାଜୟ। ପଏଣ୍ଟ ଟେବୁଲରେ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ପାକିସ୍ତାନ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଉଭୟ ଭାରତ ଏବଂ ପାକିସ୍ତାନ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

728×90