ବାଂଲାଦେଶ ବିପକ୍ଷରେ ଭାରତର ଦମଦାର ବିଜୟ, ୨-୦ରେ ଟେଷ୍ଟ ସିରିଜକୁ କ୍ଲିନ ସୁଇପ୍ କଲା ଟିମ ଇଣ୍ଡିଆ

କାନପୁର: କାନପୁର ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଭାରତର ଦମଦାର ବିଜୟ । ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ବାଂଲାଦେଶକୁ ୭ ଵିକେଟରେ ହରାଇଛି ଟିମ ଇଣ୍ଡିଆ । ୯୫ ରନର ଟାର୍ଗେଟକୁ ୩ ୱିକେଟ ହରାଇ ଭାରତ ବିଜୟ ହାସଲ କରିଛି । ଏହି ମ୍ୟାଚ ଜିତିବା ସହ ଟେଷ୍ଟ ସିରିଜକୁ ୨-୦ରେ କ୍ଲିନ ସୁଇପ୍ କରିଛି ଭାରତ ।

ବାଂଲାଦେଶ ଦୁଇଟି ଇନିଂସରେ ୨୩୩ ଏବଂ ୧୪୬ ରନ୍ କରି ଥିବାବେଳେ ଭାରତ ପ୍ରଥମ ଇନିଂସରେ ୨୮୫ ଏବଂ ଦ୍ୱିତୀୟ ଇନିଂସରେ ଟାର୍ଗେଟ ପୂରା କରି ମ୍ୟାଚ୍ ସହ ସିରିଜ୍ ଜିତି ନେଇଛି। ଦ୍ବିତୀୟ ଇନିଂସରେ ବାଂଲାଦେଶ ମାତ୍ର ୧୪୬ ରନ୍ କରି ଅଲଆଉଟ୍ ହୋଇଥିଲା । ଫଳରେ ଟିମ୍ ଇଣ୍ଡିଆକୁ ଦ୍ବିତୀୟ ଇନିଂସରେ ୯୫ରନର ଟାର୍ଗେଟ୍ ମିଳିଥିଲା । ରୋହିତ୍ ବାହିନୀରେ ମାତ୍ର ଦୁଇ ଓ୍ବିକେଟ୍ ହରାଇ ଲକ୍ଷ୍ୟକୁ ହାସଲ କରି ନେଇଛି । ଯଶସ୍ୱୀ ଜୈସ୍ୱାଲ ଅର୍ଦ୍ଧଶତକୀୟ ପାଳି ଖେଳି ଥିବାବେଳେ ବିରାଟ କୋହଲି ଅପରାଜିତ ରହି ୨୯ ରନ୍ ସଂଗ୍ରହ କରିଥିଲେ।

728×90