ଚେନ୍ନାଇ: ପ୍ରଥମ ଟେଷ୍ଟ ଜିତିଲା ଭାରତ । ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୨୮୦ରେ ପରାସ୍ତ କରିଛି ରୋହିତ ବାହିନୀ। ବ୍ୟାଟରଙ୍କ ପରେ ଯାଦୁ ଦେଖାଇଛନ୍ତି ବୋଲର୍। ଫଳରେ ଭାରତ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଚେନ୍ନାଇରେ ଖେଳା ଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୩୭୬ ରନ୍ କରିଥିଲା। ଯବାବ୍ରେ ବାଂଲାଦେଶ ୧୪୯ ରନ୍ କରି ଅଲ ଆଉଟ୍ ହୋଇ ଯାଇଥିଲା। ଦ୍ୱିତୀୟ ଇନିଂସରେ ଭାରତ ୪ ୱିକଟ ହରାଇ ୨୮୭ ରନ୍ କରି ପାଳି ଘୋଷଣା କରିବା ପରେ ବାଂଲାଦେଶ ଆଗରେ ୫୧୫ ରନର ଟାର୍ଗେଟ ରହିଥିଲା କିନ୍ତୁ ବାଂଲାଦେଶ ୨୩୪ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି। ଫଳରେ ଏହି ମ୍ୟାଚକୁ ୨୮୦ ରନ୍ରେ ଜିତି ନେଇଛି ଭାରତ।
ବାଂଲାଦେଶର ବ୍ୟାଟ୍ସମ୍ୟାନ ପ୍ରଥମ ଇନିଂସ ପରି ୨ୟ ଇନିଂସରେ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରିବାକୁ ଅସମର୍ଥ ହୋଇଥିଲେ । ୨ୟ ଇନିଂସରେ ଦ୍ରୁତ ବୋଲର ଭାବେ ଜଶପ୍ରୀତ୍ ବୁମ୍ରା ଗୋଟିଏ ଓ୍ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୬ଟି ଏବଂ ରବିନ୍ଦ୍ର ଜାଡେଜା ୩ଟି ଓ୍ୱିକେଟ୍ ନେଇଛନ୍ତି । ଶେଷରେ ବାଂଲାଦେଶ ଟିମ୍ ୨୮୦ ରନ୍ରେ ଭାରତୀୟ ଟିମ୍ ଠାରୁ ପରାସ୍ତ ହୋଇଛି । ଆଉ ୨ ଟିକିଆ ସିରିଜ୍ରେ ୧-୦ରେ ଆଗୁଆ ରହିଛି ରୋହିତ ବାହିନୀ ।
