IND vs NZ: ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ପୁଣେ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯାଉଛି। ଗୁରୁବାର ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଟସ୍‌ ନ୍ୟୁଜିଲାଣ୍ଡ ଜିତି ପ୍ରଥମେ ବ୍ୟାଟିଂ ଚୟନ କରିଛି। ଅର୍ଥାତ ଭାରତୀୟ ଟିମ୍‌ ପ୍ରଥମେ ବୋଲିଂ କରିବ। ମ୍ୟାଚ୍‌ ଲାଗି ନ୍ୟୁଜିଲାଣ୍ଡ ଟିମ୍‌ ଗୋଟିଏ ପରିବର୍ତ୍ତନ କରିଥିବା ବେଳେ ଟିମ୍‌ ଇଣ୍ଡିଆ ୩ ପରିବର୍ତ୍ତନ କରିଛି। ମହମ୍ମଦ ସିରାଜ, କୁଲଦୀପ ଯାଦବ ଏବଂ କେ ଏଲ୍‌ ରାହୁଲଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦର, ଆକାଶଦୀପ ଏବଂ ଶୁଭମନ ଗିଲଙ୍କୁ ସୁଯୋଗ ମିଳିଛି। ଖବର ଲେଖାଯିବା ସୁଦ୍ଧା ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍‌ ଲାଥାମଙ୍କ ସହ ଡିଭନ୍‌ କନଓ୍ବେ ବ୍ୟାଟିଂର କମାଣ୍ଡ ନେଇଛନ୍ତି। ଭାରତ ପକ୍ଷରୁ ଜସପ୍ରିତ ବୁମ୍‌ରା ବୋଲିଂ ଆରମ୍ଭ କରିଛନ୍ତି।

728×90