ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିଲେ, ବେଆଇନ ଘୋଷଣା କରାଯିବ: ସୁରେଶ ପୂଜାରୀ

ଭୁବନେଶ୍ବର: ଆଦିବାସୀଙ୍କ ଜମି କେହି ଦଖଲ କରିପାରିବେ ନାହିଁ ବୋଲି ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ବି କଠୋର ଆଇନ ରହିଛି , ଆଇନ ସଂଶୋଧନ ରହିଛି। ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି। ଏହିଭଳି ୬୫୪ ମାମଲା ବିଚାରାଧୀନ ଅଛି। ଯଦି କେହି ଆଦିବାସୀ ଜମି ଦଖଲ କରିଛନ୍ତି, ତାକୁ ବି ବେଆଇନ ଘୋଷଣା କରାଯିବ। ଏପରି ୮୮୧ ମାମଲା ବିଚାରାଧୀନ ଅଛି। ସେହିପରି କେହି ଅଣ ଆଦିବାସୀ ଯଦି ଆଦିବାସୀ ଜମି କିଣନ୍ତି, ତାକୁ ବି ବେଆଇନ ଘୋଷଣା କରି ଆଦିବାସୀଙ୍କୁ ଫେରସ୍ତ ହେବ। ଏପରି ୧୯୬୯୦ ମାମଲା ବିଚାରାଧୀନ ଅଛି, ବିଚାର କରିବା କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ସେହିପରି ଯଦି ଚଞ୍ଚକତା କରି ଯଦି ଆଦିବାସୀ ଜମି ନିଆଯାଇଥାଏ, । ତାହାର ଆବଶ୍ୟକତାକୁ ବିଚାର କରିବା କ୍ଷମତା ଉପ ଜିଲ୍ଲପାଳଙ୍କୁ ଦିଆଯାଇଛି ଯଦି ବିଚାର ନ ହୁଏ, ଉପ ଜିଲ୍ଲପାଳ ଏହାକୁ ଅସିଦ୍ଧ ଘୋଷଣା କରି ପାରବେ ।

728×90