ବାଲିଗୁଡ଼ା: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ନିଶାସକ୍ତ ସ୍ବାମୀ । ନିଜ ସ୍ତ୍ରୀ ମଧୁମତି ବେହେରଦଲାଇକୁ ଖଣ୍ଡ ଖଣ୍ଡ କରି କାଟି ପକାଇଲା ନିଶାସକ୍ତ ସ୍ବାମୀ ଚନ୍ଦ୍ରକାନ୍ତ ବେହେରାଦଳାଇ । ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ନୂଆମୁଣ୍ଡା ଗ୍ରାମରେ ଚାଞ୍ଚଲ୍ୟକର ହତ୍ୟା । ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକକୁ କାଟିବା ସହ ଶରୀରର ଅନେକ ସ୍ଥାନରେ ଆଘାତ ହୋଇଥିବା ସୂଚନା । ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ନୁଆମୁଣ୍ଡା ଗ୍ରାମର ଚନ୍ଦ୍ରକାନ୍ତ ବେହେରଦଳାଇକୁ ଥାନାରେ ଅଟକ ରଖିଛି ତୁମୁଡ଼ିବନ୍ଧ ପୁଲିସ । ଘଟଣାସ୍ଥଳରେ ପହଁଚି ତୁମୁଡ଼ିବନ୍ଧ ପୁଲିସର ତଦନ୍ତ ଆରମ୍ଭ ।
