ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ !

ସୋର: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ । ଔପଦା ଥାନା କମାରପାଳ ଗାଁରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଔପଦା ଥାନା କମାରପାଳ ଗ୍ରାମର ସ୍ୱାମୀ ପାଣ୍ଡୁ ସିଂ ମଦ ନିଶାରେ ସ୍ତ୍ରୀ ଜାନୁ ସିଂଙ୍କୁ ପିଟିପିଟି ମାରିଦେଇଥିବା ନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜାନୁଙ୍କର ନାକ ଓ ପାଟିରୁ ରକ୍ତ ବାହାରୁଥିବା ନେଇ ଦେଖିବାକୁ ମିଳିଛି ।

ସୂଚନାଅନୁସାରେ, ପାଣ୍ଡୁ ଉକ୍ତ ଗ୍ରାମର ଜାନୁ ସିଂଙ୍କୁ ଭଲପାଇ ବିବାହ କରିଥିଲେ । ବିବାହର କିଛିଦିନ ପରେ ପାଣ୍ଡୁ ଜାନୁ ମଦ ପିଇ ସବୁବେଳେ ସ୍ତ୍ରୀଙ୍କୁ ମାରପିଟ କରନ୍ତି। ଅନେକ ଥର ପରିବାର ଲୋକ ସମାଧାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବିଳମ୍ବିତ ରାତିରେ ମଦ ପିଇ ମାରିଦେଇଥିବା ନେଇ ଜାନୁର ଭଉଣୀ ରାବ ସିଂ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ୱାମୀ ପାଣ୍ଡୁ ସିଂଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି।

728×90