ପାଣ୍ଡ୍ୟାଙ୍କ ବିବାହ ବିଚ୍ଛେଦ; ଅଲଗା ହେବେ ହାର୍ଦ୍ଦିକ-ନତାଶା, ଛାଡପତ୍ର ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ହାର୍ଦ୍ଦିକ

ମୁମ୍ବାଇ: ଅଲଗା ହେବେ ହାର୍ଦ୍ଦିକ-ନତାଶା । ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟେନକୋବିକଙ୍କ ଛାଡପତ୍ର ହେବାକୁ ଯାଉଛି । ଗତ କିଛି ଦିନ ହେବ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହେଉଥିଲା । ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି ଏବେ ଅଲଗା ହେବେ ହାର୍ଦ୍ଦିକ-ନତାଶା । ଏନେଇ ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ୪ ବର୍ଷ ସାଥିରେ ରହିବା ପରେ ନତାଶା ଆଉ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମେ ପୂରା ଚେଷ୍ଟା କରିଥିଲୁ ଏହି ସମ୍ପର୍କକୁ ରକ୍ଷା କରିବାକୁ । ହେଲେ ଆମକୁ ଲାଗୁଛି ଆମ ଦୁହିଁଙ୍କ ପାଇଁ ଏହା ସଠିକ ନିଷ୍ପତ୍ତି । ଏହା ଆମ ପାଇଁ ବହୁତ କଠିନ ନିଷ୍ପତ୍ତି । ଆମେ ଆମ ଜୀବନରେ ଅଗସ୍ତ୍ୟକୁ ପାଇ ବହୁତ ଖୁସି । ଆମେ ଦୁହେଁ ମିଶି ତାର ଲାଳନପାଳନ କରିବୁ । ଆମେ ତାକୁ ଦୁନିଆର ସବୁ ଖୁସି ଦେବୁ ।

728×90